fbpx

ଦିଲ୍ଲୀ ହିଂସା: ଏପ୍ରିଲ ୧୩ରେ ହେବ ଶୁଣାଣି

ନୂଆଦିଲ୍ଲୀ,୨୭ ।୨: ଦିଲ୍ଲୀ ହିଂସା ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି । ଏହି ଅବସରରେ ସଲିସିଟର ଜେନେରାଲ ତୁଷାର ମେହତା କହିଛନ୍ତି ଯେ, ଘୃଣା ଭାଷଣ ଦେଉଥିବା ନେତାଙ୍କ ବିରୋଧରେ ଏବେ ମାମଲାର ରୁଜୁ କରିବାର ସମୟ ନୁହେଁ । ସଠିକ୍ ସମୟ ଆସିଲେ ମାମଲା ରୁଜୁ ହେବ । ଏବେ ପରିସ୍ଥିତିକୁ କାବୁ କରିବା ଓ ଶାନ୍ତି ଫେରାଇ ଆଣିବାକୁ ସରକାର ଓ ସୁରକ୍ଷା ଏଜେନ୍ସି ପ୍ରୟାସ କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ ୪୮ଟି FIR ରୁଜୁ ହୋଇଛି ।’

ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିଏମ ପଟେଲ ଏହି ମାମଲାର ଶୁଣାଣିକୁ ୪ ସପ୍ତାହ ପର୍ଯ୍ୟନ୍ତ ଟାଳିଦେଇଛନ୍ତି । ୧୩ ଏପ୍ରିଲରେ ଏହି ମାମଲାର ଶୁଣାଣି ହେବ । ଏହା ସହ ମାମଲାରେ ଜଡିତ ସମସ୍ତ ରିପୋର୍ଟ ଦାଖଲ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଉତ୍ତେଜିତ ଭାଷଣର ସମସ୍ତ ରିପୋର୍ଟ ଦେବେ ଦିଲ୍ଲୀ ପୋଲିସ ।

Get real time updates directly on you device, subscribe now.