fbpx

ଫ୍ରେଞ୍ଚ ଓପନ୍‌ ବ୍ୟାଡମିଣ୍ଟନ୍‌ କ୍ୱାର୍ଟର ଫାଇନାଲ୍‌ରେ ପିଭି ସିନ୍ଧ, ଆଗାମୀ ମ୍ୟାଚରେ ବୁସାନାନଦଙ୍କ ବିରୋଧରେ ଲଢ଼େଇ କରିବେ

ପ୍ୟାରିସ: ଭାରତୀୟ ମହିଳା ତାରକା ପିଭି ସିନ୍ଧୁ ଏଠାରେ ଚାଲିଥିବା ଚଳିତ ଫ୍ରେଞ୍ଚ ଓପନ ବ୍ୟାଡମିଣ୍ଟନ ଚାମ୍ପିଅନଶିର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ଶୁକ୍ରମାର ଦିନ ଅନୁଷ୍ଠିତ ମ୍ୟାଚରେ ସିନ୍ଧୁ ଡେନମାର୍କର ଲିନେ ଖ୍ରୀ୍େ‌ଷ୍ଟାଫରସେନଙ୍କୁ ୨୧- ୧୯ ,୨୧-୯ରେ ପରାସ୍ତ କରିଛନ୍ତି । ଦୁଇଥର ଅଲିମ୍ପିକ ପଦକ ବିଜୟିନୀ ତଥା ବିଶ୍ୱ ଚାମ୍ପିଅନ ସିନ୍ଧୁ ଆଗାମୀ ମ୍ୟାଚରେ ଥାଇଲାଣ୍ଡର ଅଷ୍ଟମ ସିଡ୍‌ ମାନ୍ୟତା ପ୍ରାପ୍ତ ବୁସାନାନଦ ଓଙ୍ଗବାମରୁଙ୍ଗଫାନଙ୍କ ବିରୋଧରେ ଲଢ଼େଇ କରିବେ ।ସୂଚନା ଯୋଗ୍ୟ ଯେ ଗତ ସପ୍ତାହରେ ଅନୁଷ୍ଠିତ ଡେନମାର୍କ ଓପନ ଟୁର୍ଣ୍ଣାମେଣ୍ଟରେ ବୁସାନାନଙ୍କୁ ସିନ୍ଧୁ ହରାଇ ଥିବା ଦୃଷ୍ଟିରୁ ପୁଣି ଚଳିତ ଫ୍ରେଞ୍ଚ ଓପନ ଚାମ୍ପିଅନଶିପରେ ପରାସ୍ତ କରି ପାରିବେ ବୋଲି ଅନୁମାନ ।

ସେହିପରି ଭାରତୀୟ ପୁରୁଷ ଡବଲ୍ସ ଯୋଡି ସାତ୍ୱିକସାଇରାଜ ରଙ୍କିରେଡ୍ଡି ଓ ଚିରାଗ ଶେଟି ଚଳିତ ଫ୍ରେଞ୍ଚ ଓପନ ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚରେ ଭାରତର ଅନ୍ୟତମ ଯୋଡି ଏମଆର ଅର୍ଜୁନ ଓ ଧ୍ରୁବ କପିଳଙ୍କୁ ୧୫-୨୧,୨୧-୧୦ ଓ ୨୧-୧୯ରେ ପରାସ୍ତ କରି କ୍ୱାର୍ଟରଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।ଏହି ପର୍ଯ୍ୟାୟ ମ୍ୟାଚରେ ସାତ୍ୱିକସାଇରାଜ ରଙ୍କିରେଡ୍ଡି ଓ ଚିରାଗ ଶେଟି ମାଲେସିୟାର ଆରୋନ ଚିଆ ଓ ସୋହ ୱିୟିକି ଯୋଡି ବିରୋଧରେ ଲଢ଼େଇ କରିବେ । ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ଏକ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଭାରତର ସୌରଭ ବର୍ମା ପରାସ୍ତ ହୋଇ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିବା ବେଳେ ଅନ୍ୟତମ ଭାରତୀୟ ଖେଳାଳି ଲକ୍ଷ୍ୟ ସେନ ସିଙ୍ଗାପୁରର ଲୋହ କିନ ୟେଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

Get real time updates directly on you device, subscribe now.