ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପରେ ରବିବାର ନିଜର ଦ୍ୱିତୀୟ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଭେଟିବ । ଏହି ମ୍ୟାଚ୍ ଦୁଇ ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଏଥିପାଇଁ ଉଭୟ ଦଳ ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି । ପ୍ରଥମ ମ୍ୟାଚରେ ପାକିସ୍ତାନ ହାତରୁ ହାରିବା ପରେ ଦଳ ଦ୍ୱିତୀୟ ମୁକାବିଲା ଜିିତି ସେମି ଫାଇନାଲ ଦୌଡରେ ନିଜର ସ୍ଥିତି ମଜବୁତ କରିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ । ମାତ୍ର ଏହା ସେତେଟା ସହଜ ନୁହେଁ । କାରଣ ଦଳ ଚୂଡାନ୍ତ ଏକାଦଶକୁ ନେଇ ଦ୍ୱନ୍ଦ୍ୱରେ ରହିଛି ।
ଭାରତୀୟ ଦଳ ପାଇଁ ସବୁଠୁ ବଡ ପ୍ରଶ୍ନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଉଠିଛି । ହାର୍ଦ୍ଦିକ ଜଣେ ଅଲରାଉଣ୍ଡର । ମାତ୍ର ଦୀର୍ଘ ସମୟ ଧରି ସେ ବୋଲିଂ କରି ପାରୁ ନାହାନ୍ତି । ହେଲେ ଗତ କିଛି ଦିନ ହେବ ସେ ନେଟ୍ସରେ ବୋଲିଂ କରୁଛନ୍ତି । ହେଲେ କଣ ସେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବୋଲିଂ କରି ପାରିବେ, ଏହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।
ଦଳ ପ୍ରବନ୍ଧକ ଏବେ ବି ହାର୍ଦ୍ଦିକଙ୍କୁ ଖେଳାଇବା ମୁଡରେ ଅଛନ୍ତି । କାରଣ ଜଣେ ଫିନିସର ହିସାବରେ ହାର୍ଦ୍ଦିକଙ୍କ ଉପରେ ଦଳର ବହୁତ ଭରସା ରହିଛି । ବିଶେଷ କରି ମେଣ୍ଟର ମହେନ୍ଦ୍ର ସିଂହ ଧୋନୀଙ୍କ କାରଣରୁ ହାର୍ଦ୍ଦିକଙ୍କୁ ଦଳରେ ରଖାଯାଇଛି ।
■■■■■■■■■■■□□□ LOADING@hardikpandya7 | #TeamIndia | #T20WorldCup pic.twitter.com/hlwtrGDfNR
— BCCI (@BCCI) October 28, 2021
ଯଦି ହାର୍ଦ୍ଦିକ ନଖେଳନ୍ତି ତେବେ ତାଙ୍କ ସ୍ଥାନରେ କାହାକୁ ସୁଯୋଗ ଦିଆଯିବ ଏହା ମଧ୍ୟ ଏକ ବଡ ପ୍ରଶ୍ନ । ସବୁଠୁ ବଡ ନାମ ଶାର୍ଦ୍ଦୁଳ ଠାକୁର ରହିଛନ୍ତି । ସେ ବୋଲିଂ କରିବା ସହିତ ବ୍ୟାଟିଂ ମଧ୍ୟ କରି ପାରନ୍ତି । ତେଣୁ ଚୂଡାନ୍ତ ଏକାଦଶରେ ହାର୍ଦ୍ଦିକଙ୍କ ସ୍ଥାନରେ ଶାର୍ଦ୍ଦୁଳଙ୍କୁ ସୁଯୋଗ ପାଇ ପାରନ୍ତି । ଯଦି ଇଶାନ କିଶନଙ୍କୁ ଦଳରେ ସୁଯୋଗ ଦିଆଯାଏ ତେବେ ସେ କେବଳ ଜଣେ ବ୍ୟାଟସମ୍ୟାନ ହିସାବରେ ଖେଳିବେ । କିନ୍ତୁ ତାଙ୍କର ଖେଳିବା ଆଶା କମ ରହିଛି । କାରଣ ହାର୍ଦ୍ଦିକ ଏ ପର୍ଯ୍ୟନ୍ତ ଜଣେ ବ୍ୟାଟସମ୍ୟାନ ହିସାବରେ ଦଳରେ ଖେଳୁଛନ୍ତି ।
ଭାରତୀୟ ଦଳ
ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ୱିକେଟ୍ କିପର), ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରାହୁଲ ଚହର, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଳ ଠାକୁର, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ମହମ୍ମଦ ଶାମି ।