fbpx

ଟି-୨୦ ବିଶ୍ୱକପ: ଆଜି ମୁହାଁମୁହିଁଁ ହେବ ଭାରତ ଓ ନ୍ୟୁଜିଲାଣ୍ଡ, ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି

ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରା ଯିବନ

ଦୁବାଇ: ଚଳିତ ଟି-୨୦ ବିଶ୍ୱକପ ସୁପର-୧୨ ପର୍ଯ୍ୟାୟରେ ଭାରତ ଓ ନ୍ୟୁଜିଲାଣ୍ଡ ପ୍ରତ୍ୟେକ ଗୋଟିଏ ଲେଖାଏଁ ମ୍ୟାଚ ଖେଳି ଥିବା ବେଳେ ବିଜୟ ସ୍ୱାଦ ଚାଖି ପାରି ନାହାନ୍ତି । ଉଭୟ ଦଳ ପାକିସ୍ତାନ ଠାରୁ ପରାସ୍ତ ହୋଇଛନ୍ତି । ତେଣୁ ଆଜି ହେବାକୁ ଥିବା ମ୍ୟାଚରେ ବିଜୟୀ ହେବା ପାଇଁ ଉଭୟ ଦଳ ନିଶ୍ଚିତ ଉଦ୍ୟମ କରିବେ । ତେବେ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିଥିବା ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ପ୍ରାୟତଃ ନିଷ୍ପତ୍ତି ହୋଇଛି । କାରଣ ଗୋଟିଏ ମ୍ୟାଚ ପ୍ରଦର୍ଶନକୁ ନେଇ ପୁଣି ଖେଳାଳି ପରିବର୍ତ୍ତନ କରିବାକୁ ଭାରତୀୟ ଦଳ ମ୍ୟାନେଜମେଣ୍ଟ ଚାହୁଁନାହିଁ । କାରଣ ମେଣ୍ଟର ମହେନ୍ଦ୍ର ସିଂ ଧୋନିଙ୍କ ପରାମର୍ଶ କ୍ରମେ ଦଳରେ ବିଶେଷ ପରିବର୍ତ୍ତନ କରିବାକୁ ଅଧିନାୟକ କୋହଲି ଇଚ୍ଛା କରୁ ନାହାନ୍ତି ।କେବଳ କୌଣସି ଖେଳାଳିଙ୍କ ପାଇଁ କୌଣସି ସମସ୍ୟା ହେଲେ ଅନ୍ୟ କାହାକୁ ସାମିଲ କରାଯାଇ ପାରେ । ତେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରୁ ନ ଥିବାରୁ ତାଙ୍କ ସ୍ଥାନରେ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କୁ ଏହି ମ୍ୟାଚ ପାଇଁ ଚୂଡାନ୍ତ ଏକାଦଶ ଦଳରେ ସାମିଲ କରାଯିବ ବୋଲି ପୂର୍ବରୁ କଳ୍ପନା ଜଳ୍ପନା ଚାଲିଥିଲା । ମାତ୍ର ଏହି ନିଷ୍ପତ୍ତିରୁ ଭାରତୀୟ ମ୍ୟାନେଜମେଣ୍ଟ ଓହରି ଯାଇଛି ।

ସୂଚନା ଯୋଗ୍ୟ ଯେ ସୁପର ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ଭାରତ ହାରିଯିବା ପରେ ଦଳ ଚୟନ ନେଇ ଅନେକ ନାପସନ୍ଦ କରିଥିଲେ । ମାତ୍ର ଧୋନିଙ୍କ ପରାମର୍ଶ କ୍ରମେ ପ୍ରଥମ ମ୍ୟାଚ ଖେଳିଥିବା ଦଳକୁ ଆଉ ଏକ ସୁଯୋଗ ଦେବା ପାଇଁ ନିଷ୍ପତ୍ତି ହୋଇଛି । ଅନ୍ୟ ପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରୁ ନ ଥିବାରୁ ଦଳ ମ୍ୟାନେଜମେଣ୍ଟ ଅସନ୍ତୁଷ୍ଟ ଥିବା ବେଳେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବୋଲିଂ କରିବେ ବୋଲି ଜୋରଦାର ମାନସିକ ପ୍ରସ୍ତୁତି କରିଛନ୍ତି । ତେବେ ଏହି ମ୍ୟାଚରେ ଯେଉଁ ଦଳ ହାରିବ ସେମିଫାଇନାଲ ଖେଳିବା କଷ୍ଟକର ହୋଇ ପଡିବ । ତେଣୁ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚ କର ବା ମର ପରିସ୍ଥିତି ସୃଷ୍ଟି କରିଛି ।

Get real time updates directly on you device, subscribe now.