fbpx

ବୋଲ୍ଟଙ୍କ ଘାତକ ବୋଲିଂ: ୧୧୦ ରନରେ ସୀମିତ ରହିଲା ଭାରତ

ନୂଆଦିଲ୍ଲୀ: ଟ୍ରେଣ୍ଟ ବୋଲ୍ଟ ଓ ଇଶ ସୋଧୀଙ୍କ ଘାତକ ବୋଲିଂ ଫଳରେ ମାତ୍ର ୧୧୦ ରନରେ ସୀମିତ ରହିଛି ଭାରତ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୨୬ ରନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨୩ ରନ କରିଥିଲେ । ନିର୍ଦ୍ଧାରିତ ଓଭରରେ ଭାରତ ୭ ୱିକେଟ ହରାଇ ୧୧୦ ରନ ସଂଗ୍ରହ କରିଛି । ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୨୦ ରନରେ ୩ଟି ୱିକେଟ ନେଇ ଭାରତର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।

ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ରୋହିତ ଶର୍ମର୍ାଙ୍କ ସ୍ଥାନରେ ଇଶାନ କିଶନଙ୍କୁ ଓପନ କରାଇଥିଲା । ତେବେ କିଶନ ମାତ୍ର ୪ ରନ କରି ପ୍ୟାଭିଲିୟନ ଫେରିଥିଲେ । ରାହୁଲ(୧୮) ଓ ରୋହିତ ଶର୍ମା(୧୪) ଭଲ ଆରମ୍ଭ ପାଇଥିଲେ ହେଁ ବଡ ଶଟ ଖେଳିବା ଆଶାରେ ନିଜ ୱିକେଟ ହରାଇଥିଲେ । ବିରାଟ କୋହଲି(୯) ମଧ୍ୟ ବିଶେଷ କିଛି କରି ପାରି ନଥିଲେ । ଶେଷ ଆଡକୁ ହାର୍ଦ୍ଦିକ ପାଣ୍ଡ୍ୟା ୨୩ ଏବଂ ରବୀନ୍ଦ୍ର ଜାଡେଜାଙ୍କ ୨୬ ରନ ବଳରେ ଭାରତ ୧୦୦ ରନ ପାର କରିଥିଲା । ବୋଲ୍ଟ ୨୦ ରନରେ ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ସୋଧି ବିରାଟ ଓ ରୋହିତଙ୍କ ଶିକାର କରିଥିଲେ ।

Get real time updates directly on you device, subscribe now.