fbpx

ଟିମ୍ବର ମାକେର୍ଟର ୨ଟି ଫ୍ୟାକ୍ଟ୍ରି ଲାଗିଲା ନିଆଁ, ବାଣ ବିସ୍ଫାେରଣରୁ ଅଗ୍ନିକାଣ୍ଡ ଘଟିଥିବା ନେଇ ସନ୍ଦେହ

ବରୋଦରା :ଗୁଜୁରାଟର ହରନିର ଟିମ୍ବର ମାକେର୍ଟ ଅଞ୍ଚଳରେ ଥିବା ୨ଟି ଫ୍ୟାକ୍ଟ୍ରି ଲାଗିଲା ବିଷଣ ନିଆଁ। ବାଣ ବିସ୍ଫୋରଣ ଫଳରେ ଅଗ୍ନିକାଣ୍ଡ ଘଟିଥିବା ନେଇ ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡ ସମ୍ପର୍କରେ ଅଗ୍ନିଶମ ବାହିନୀକୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ୧୬ରୁ ଅଧିକ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ କରିବାକୁ ଉଦ୍ୟମ କରିଥିଲେ। ଅଗ୍ନିକାଣ୍ଡ ପ୍ରକୋପ ବିଷଣ ଥିବାରୁ ଫ୍ୟାକ୍ଟ୍ରିର ଅନେଇ ମୂଲ୍ୟବାନ୍ ସରଞ୍ଜାମ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶକ କର୍ମଚାରୀଙ୍କ ଉଦ୍ୟମ ଫଳରେ ପ୍ରାୟ ୯୦ ପ୍ରତିଶତ ନିଆଁକୁ ଆୟତ କରାଯାଇପାରିଛି। ତେବେ କେଉଁ କାରଣ ନିଆଁ ଲାଗି ତାହାର ତଦନ୍ତ କରାଯିବ।

 

Get real time updates directly on you device, subscribe now.