fbpx

ବ୍ରାଉନ ସୁଗର ଡିଲ୍ ବେଳେ ଚଢ଼ାଉ କରି ୩ ଜଣ କାବୁ କଲା ପୋଲିସ: ୧୮ଗ୍ରାମ ଧଳାଜହର, ୧୧ ଟଙ୍କା ଜବତ

ଢେଙ୍କାନାଳ , (ଭାସ୍କର ନ୍ୟୁଜ୍‌) : ଢେଙ୍କାନାଳ ଷ୍ଟେସନ ବଜାର ଅଞ୍ଚଳରେ ବ୍ରାଉନ ସୁଗର କାରବାର କରୁଥିବା ସମ୍ପର୍କରେ ଜାଣିବାପରେ ଟାଉନଥାନା ପୋଲିସ ଏକ ଘର ଉପରେ ଚଢ଼ାଉ କରି କାରବାରରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରିବାସହ ସେମାନଙ୍କ ନିକଟରୁ ବ୍ରାଉନସୁଗର ଓ ଏହାକୁ ବିକ୍ରି କରିବାପାଇଁ ବ୍ୟବହୃତ ସାମଗ୍ରୀକୁ ମଧ୍ୟ ଜବତ କରାଯାଇଛି ।ଢେଙ୍କାନାଳ ଟାଉନଥାନା ଆଇଆଇସିଙ୍କ ନେତୃତ୍ୱରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଓ ସାକ୍ଷୀଙ୍କ ସହ ଏକ ଦଳ ଷ୍ଟେସନ ରୋଡ଼ ଅଞ୍ଚଳର ଏକ ଘର ଉପରେ ଅଚାନକ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ୧୮ ଗ୍ରାମ ଓଜନର ବ୍ରାଉନ ସୁଗର, ୧୧ ହଜାର ନଗଦ ଟଙ୍କା, ୨୫ଟି ନାଲି ରଙ୍ଗର ଓ ୧୭ଟି ଗୋଲାପି ରଙ୍ଗର ପେପର ଖଣ୍ଡ ଜବତ କରିଛି । ଜବତ ବ୍ରାଉନ୍‌ ସୁଗରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଏ ସମ୍ପର୍କରେ ଟାଉନ୍‌ ଥାନା ପୋଲିସ କେସ୍‌ ନଂ. ୪୭୪/୨୧, ଦଫା ୨୧(ବି) ଏନ୍‌ଡିପିଏସ୍‌ ଆକ୍ଟ ବଳରେ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ଏଠାରେ ସୂଚନା ଥାଉକି ଢେଙ୍କାନାଳ ସହର ଓ ଏହାର ଆଖପାଖ ଅଞ୍ଚଳରେ ବ୍ରାଉନସୁଗାର କାରବାର ବଢ଼ିଚାଲିଥିବାବେଳେ ଯୁବଗୋଷ୍ଠୀମାନେ ଏହାଦ୍ୱାରା କବଳିତ ହେଉଛନ୍ତି । ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଚଢ଼ାଉ କରାଯାଇ ଗିରଫ କରାଯାଉଥିଲେ ମଧ୍ୟ ଆଇନର ଫାଙ୍କ ଦେଇ ସେମାନେ ଖସିଆସୁଛନ୍ତି । ଫଳରେ ଦିନକୁ ଦିନ ଏହି କାରବାର ବୃଦ୍ଧି ପାଇବାରେ ଲାଗୁଛି ।

Get real time updates directly on you device, subscribe now.