fbpx

ଯୁବକଙ୍କୁ ବୋମାମାଡ ଘଟଣା: ୩ ଜୀବନ୍ତ ବୋମା ଜବତ, ୩ ଗିରଫ

ଭଞ୍ଜନଗର (ଭାସ୍କର ନ୍ୟୁଜ): ଗାଙ୍ଗପୁର ଥାନା ଅନ୍ତର୍ଗତ ପଣିବନ୍ଧ ଗ୍ରାମରେ ଜଣେ ଯୁବକକୁ ବୋମାମାଡ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୩ ଟି ଜୀବନ୍ତ ବୋମା ମଧ୍ୟ ଜବତ କରିଛି ଗାଙ୍ଗପୁର ଥାନା ପୋଲିସ । ମନରେଗା କାର୍ଯ୍ୟରେ ଟଙ୍କା ପଇସାକୁ କେନ୍ଦ୍ରକରି , ଗାଁ ମଝିରେ ଟୁକୁନା ସ୍ୱାଇଁ ନାମକ ଯୁବକଙ୍କୁ ବୋମା ମାଡ଼ କରିଥିଲେ ଦୁଇଜଣ ଯୁବକ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ମେଡିକାଲକୁ ପଠାଯାଇଥିଲା । ଏହି ଘଟଣାରେ ତଦନ୍ତ କରି ସଂପୃକ୍ତ ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଗାଙ୍ଗପୁର ଥାନାଧିକାରୀ ଧିରେଶ୍‌ କୁମାର ଦାସ ।

Get real time updates directly on you device, subscribe now.