fbpx

ତାଲିବାନକୁ ଲାଗିଲା ସବୁଠୁ ବଡ ଝଟକା, ହକ୍କାନୀ ନେଟୱର୍କର କାବୁଲ କମାଣ୍ଡରଙ୍କୁ ହତ୍ୟା କଲା ଆଇଏସ

ନୂଆଦିଲ୍ଲୀ : ଆତଙ୍କୀ ସଂଗଠନ ଇସଲାମିକ ଷ୍ଟେଟ୍ ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଯେବେଠୁ ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହୋଇଛି, ସେହି ଦିନଠୁ ଇସଲାମିକ ଷ୍ଟେଟ ଦେଶରେ ଆକ୍ରମଣ ଜୋରଦାର କରି ଦେଇଛି । ମଙ୍ଗଳବାର ତାଲିବାନ ରାଜରେ ପାକିସ୍ତାନ ଇସାରାରେ ନାଚୁଥିବା ହକ୍କାନୀ ନେଟୱର୍କକୁ ଜୋରଦାର ଝଟକା ଲାଗିଛି । କାବୁଲ ଆକ୍ରମଣରେ ହକ୍କାନୀର ଜଣେ ଟପ୍ କମାଣ୍ଡରଙ୍କ ମୃତ୍ୟୁ ଘଟିଛି । ମଙ୍ଗଳବାର କାବୁଲରେ ଇସଲାମିକ ଷ୍ଟେଟ ପକ୍ଷରୁ ହୋଇଥିବା ଆକ୍ରମଣର ପ୍ରତିଜବାବରେ ତାଲିବାନ ପକ୍ଷରୁ ମଧ୍ୟ ମଧ୍ୟ ଆକ୍ରମଣ କରାଯଇଥିଲା । ଏହି ସମୟରେ ତାଲିବାନ ହକ୍କାନୀ ନେଟୱର୍କର କାବୁଲ କମାଣ୍ଡର ହମଦୁଲ୍ଲା ମୁଖଲିସଙ୍କ ମୃତ୍ୟୁ ଘଟିଛି ।

ସେ ହକ୍କାନୀ ନେଟୱର୍କର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଏବଂ ବଦ୍ରି କୋରର ବିଶେଷ ବଳର ବରିଷ୍ଠ ଅଧିକାରୀ ଥିଲେ । ବୁଧବାର ସର୍ଦ୍ଦାର ଦାଉଦ ଖାନ ହସ୍ପିଟାଲରେ ଆଇଏସ ଆକ୍ରମଣ କରିଥିଲା । ତାଲିବାନ ମିଡିଆ ଅଧିକାରୀ କହିଛନ୍ତି, ଯେତେବେଳେ ହମଦୁଲ୍ଲା ମୁଖଲିସଙ୍କୁ ସୂଚନା ମିଳିଲା ଯେ, ସର୍ଦ୍ଦାର ଦାଉଦ ଖାନ ହସ୍ପିଟାଲରେ ହମଲା ହେଉଛି । ସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ହସ୍ପିଟାଲରେ ବିଦ୍ରୋହୀଙ୍କ ସହ ଲଢିବା ବେଳେ ତାଙ୍କର ମୃତ୍ୟୁ ଘଟିଛି ।

କାବୁଲରେ ମଙ୍ଗଳବାର ହସ୍ପିଟାଲରେ ବିସ୍ଫୋରଣ ହୋଇଥିଲା । ଏହି ଆକ୍ରମଣରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି । ତାଲିବାନର ବିରୋଧୀ ଗୋଷ୍ଠୀ ଇସଲାମିକ ଖୁରାସାନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଆଫଗାନିସ୍ତାନରେ ତାଲିବାନ ଶାସନ ପରଠୁ ଆଇଏସ ଖୁରାସାନ ଲଗାତାର ଆକ୍ରମଣ କରି ଚାଲିଛି । ମଙ୍ଗଳବାର ହସ୍ପିଟାଲ ବାହାରେ ଜଣେ ଆତ୍ମଘାତୀ ଆକ୍ରମଣରେ ଆକ୍ରମଣକାରୀ ନିଜକୁ ଉଡାଇ ଦେଇଥିଲା । ଏହା ପରେ ବନ୍ଧୁକଧାରୀ ଆକ୍ରମଣକାରୀ ହସ୍ପିଟାଲରେ ଗୁଳିମାଡ ଆରମ୍ଭ କରି ଦେଇଥିଲେ । ଏହା ପରେ ତାଲିବାନର ସ୍ୱତନ୍ତ୍ର ଫୋର୍ସ ଆମେରିକା ଦ୍ୱାରା ଛଡାଯାଇଥିବା ହେଲିକପ୍ଟର ସହାୟତାରେ ହସ୍ପିଟାଲର ଛାତ ଉପରେ ଓହ୍ଲାଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ ।

Get real time updates directly on you device, subscribe now.