fbpx

ଦେଶବାସୀଙ୍କୁ ଦୀପାବଳି ଭେଟି; କମିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ: ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି । ଗୁରୁବାରଠାରୁ କମିବ ପେଟ୍ରୋଲ ଦର ଏବଂ ଡିଜେଲ ଦର । ପେଟ୍ରୋଲ ଉପରୁ ୫ ଟଙ୍କା ଏବଂ ଡିଜେଲ ଉପରୁ ୧୦ ଟଙ୍କା ଏକ୍ସସାଇଜ ଡ୍ୟୁଟି କମିବ । ଏକ୍ସସାଇଜ ଡ୍ୟୁଟି ହ୍ରାସ ପରେ ପେଟ୍ରୋଲ ଦର ୫ ଟଙ୍କା କମିବା ବେଳେ ଡିଜେଲ ୧୦ ଟଙ୍କା କମିବାକୁ ଯାଉଛି । ଆଜି ମଧ୍ୟରାତ୍ରରୁ ଲାଗୁ ହେବ ପରିବର୍ତ୍ତିତ ଦର ।

ବର୍ତ୍ତମାନ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୧୧.୬୮ ଥିବା ବେଳେ ଏହା ୧୦୬.୬୮ ହେବ ସେହିଭଳି ୧୦୭.୩୯ ପ୍ରତିଲିଟର ଥିବାବେଳେ ଏହା ଏବେ ୯୭.୩୯ ହେବ ।

Get real time updates directly on you device, subscribe now.