fbpx

ଶତକୀୟ ଭାଗିଦାରୀରେ ରୋହିତ ରାହୁଲଙ୍କ ନୂଆ ରେକର୍ଡ; ପଛରେ ପଡିଲେ ସେହ୍ୱାଗ-ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ ଓପନର ରୋହିତ ଶର୍ମା ଏବଂ କେ ଏଲ ରାହୁଲଙ୍କ ଶତକୀୟ ଭାଗିଦାରୀ ବଳରେ ଭାରତ ୨୦୦ ରନ ପୂରଣ କରିଥିଲା । ଏହି ଶତକୀୟ ଭାଗିଦାରୀ ଜରିଆରେ ଉଭୟ ଖେଳାଳି ଏକାଧିକ ରେକର୍ଡ ନିଜ ନାମରେ କରିଛନ୍ତି । ପ୍ରଥମ ଦୁଇ ମ୍ୟାଚରେ ଦୟନୀୟ ପ୍ରଦର୍ଶନ ପରେ ଫର୍ମକୁ ଫେରିଥିଲେ ଦୁଇ ଓପନର । ଏହି ଅର୍ଦ୍ଧଶତକ ସହିତ ରୋହିତ ଟି-୨୦ରେ ନିଜର ୨୩ତମ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ରାହୁଲ ନିଜର ୧୩ତମ ଅର୍ଦ୍ଧଶତକ ହାସଲ କରିଥିଲେ ।

ଏହି ୧୪୦ ରନର ଭାଗିଦାରୀ ସହିତ ଟି-୨୦ ବିଶ୍ୱକପରେ ଭାରତର ସର୍ବାଧିକ ଭାଗିଦାରୀ ରେକର୍ଡ ଅତିକ୍ରମ କରିଥିଲେ ରାହୁଲ-ରୋହିତ । ଏହା ପୂର୍ବରୁ ବୀରେନ୍ଦ୍ର ସେହ୍ୱାଗ ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ୧୧୨ ଏବଂ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ ୧୦୮ ରନର ଭାଗିଦାରୀ ହୋଇଥିଲା । ଏହା ସହିତ ଟି-୨୦ରେ ଉଭୟ ଖେଳାଳିଙ୍କର ଏହା ଚତୁର୍ଥ ଶତକୀୟ ଭାଗିଦାରୀ । ବାବର ଆଜମ-ମହମ୍ମଦ ରିଜୱାନଙ୍କ ମଧ୍ୟରେ ସର୍ବାଧିକ ୫ ଥର ଶତକୀୟ ଭାଗିଦାରୀ ହୋଇଛି । ଶିଖର ଧୱନ-ରୋହିତ ଶର୍ମା, ମାର୍ଟିନ ଗପ୍ଟିଲ ଓ ୱିଲିୟମସନ୍ଙ୍କ ମଧ୍ୟରେ ୪ ଥର ଶତକୀୟ ଭାଗିଦାରୀ ହୋଇଛି ।

Get real time updates directly on you device, subscribe now.