fbpx

ଦେଶର ପ୍ରଥମ ଫୁଟବଲ୍‌ ଖେଳାଳି ଭାବେ ଖେଳରତ୍ନ ପୁରସ୍କାର ପାଇବାରେ ଛେତ୍ରୀ

ନୂଆଦିଲ୍ଲୀ: ସୁନିଲ ଛେତ୍ରୀ ଦେଶର ପ୍ରଥମ ଫୁଟବଲ ଖେଳାଳି ଭାବେ ସମ୍ମାନ ଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହା ପୂର୍ବରୁ ଅନ୍ୟ କୌଣସି ଫୁଟବଲ ଖେଳାଳି ଆଜି ପର୍ଯ୍ୟନ୍ତ ଏହି ପୁରସ୍କାର ପାଇବା ପାଇଁ ହକଦାର ହୋଇ ପାରି ନ ଥିଲେ । ଚଳିତ ବର୍ଷ ଖେଳରତ୍ନ ପୁରସ୍କାର ପାଇବା ପାଇଁ ୧୨ କ୍ରୀଡାବିତଙ୍କ ନାମ ଚୂଡାନ୍ତ ହୋଇଥିବା ବେଳେ ସେମାନଙ୍କ ଧ୍ୟରେ ଅଛନ୍ତି ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନିଲ ଛେତ୍ରୀ ।

ସୂଚନା ଯୋଗ୍ୟ ଯେ ଛେତ୍ରୀ ୨୦୦୫ ଜୁନ ୫ ତାରିଖ ଦିନ ପାକିସ୍ତାନ ବିରୋଧରେ ଖେଳି ଆରମ୍ଭ କରିଥିଲେ ଅନ୍ତର୍ଜାତୀୟ କ୍ୟାରିୟର । ଗତ ୧୬ ବର୍ଷଧରି ଭାରତୀୟ ଫୁଟବଲ ମହତ ସେବା କରି ଆସିବା ମଧ୍ୟରେ ଅନେକ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହେବା ପରେ ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ ବହୁଦିନ ଧରି ଜାତୀୟ ଦଳ ପାଇଁ ଖେଳିବା ଅତି ଗୌରବର ବିଷୟ । ତେବେ ଗତ ୧୬ ବର୍ଷର ନିରବଚ୍ଛିନ୍ନ ସାଧନା ପରେ ଏହି ପୁରସ୍କାର ପାଇବା ଆନନ୍ଦ କହିଲେ ନ ସରେ । ସୂଚନା ଯୋଗ୍ୟ ଯେ ଛେତ୍ରୀ ଭାରତ ପାଇଁ ୧୨୫ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୮୦ ଗୋଲ ସ୍କୋର କରିଛନ୍ତି । ଦେଶର ଅନ୍ୟ କୌଣସି ଖେଳାଳି ଏତେ ସଂଖ୍ୟକ ଗୋଲ ସ୍କୋର କରି ପାରି ନାହାନ୍ତି । ଏହା ପୂର୍ବରୁ ସେ ଅର୍ଜୁନ ଓ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ ।

Get real time updates directly on you device, subscribe now.