fbpx

+2 ପରୀକ୍ଷା, ଘାରିଲା ସିସିଟିଭି ଚିନ୍ତା

ଭୁବନେଶ୍ୱର, ୨୯ା୨(ଓଡ଼ିଶା ଭାସ୍କର): ଚଳିତବର୍ଷ ମାର୍ଚ୍ଚ୩ରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗେଇବା ପାଇଁ ନିର୍ଦ୍ଦେଶ ହୋଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୪୩ ପରୀକ୍ଷା କେନ୍ଦ୍ରରୁ ୧୦୯୦ରେ ଲାଗିଛି ସିସିଟିଭି ଲାଗିଛି । ସେନେଇ ସିସିଟିଭି ଲାଗି ନଥିବା ପରୀକ୍ଷା କେନ୍ଦ୍ରକୁ ତାଗିଦ କରାଯାଇଛି । କେଉଁ କାରଣ ପାଇଁ ସିସିଟିଭି ଲଗାଯାଇ ନାହିଁ ସେନେଇ ଜବାବ ମାଗିଛନ୍ତି ସିଏଚଏସଇ । ରାଜ୍ୟ ସରକାରଙ୍କୁ ସିସିଟିଭି ଲଗାଯାଇ ନଥିବା କାରଣ ସିଏଚଏସଇ ଜଣାଇବ । ଏହାପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯୁକ୍ତ ଦୁଇ ପରୀକ୍ଷା ଆଉ ଦୁଇ ଦିନ ଥିବା ବେଳେ ସିଏଚଏସଇ ଚିନ୍ତାରେ ରହିଥିିବା ଜଣାପଡ଼ିଛି ।

Get real time updates directly on you device, subscribe now.