fbpx

ଜୁଆ ଆଡ୍ଡାରେ ଅତର୍କିତ ଚଢ଼ଉ କଲା ପୋଲିସ, ଧରାପଡିଲେ ୧୩ ଜୁଆଡି

ରାଜଗାଙ୍ଗପୁର (ଭାସ୍କର ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ ଜୁଆ ଖେଳ ଚାଲିଥିବା ବେଳେ ଚଢ଼ଉ କଲା ପୋଲିସ।। ଚଢ଼ଉ ବେଳେ ୧୩ ଜଣ ଜୁଆଡି ଧରାପଡିଥିବା ବେଳେ ସେମାନଙ୍କ ଠାରୁ  ୧୯ହଜାରରୁ ଅଧିକ ଟଙ୍କା, ୧୧ଟି ମୋବାଇଲ ଫୋନ୍ ଓ ତାସ ଜବତ କରାଯାଇଛି

ସୂଚନା ଅନୁଯାୟୀ ଦୀପାବଳି ପର୍ବ ପାଳନ ହୋଇଥିବା ବେଳେ ସହରରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଫଳରେ ରାଜଗାଙ୍ଗପୁର ପୋଲିସ ପକ୍ଷରୁ ଜୁଆ ଆଡ୍ଡା ରେ ଅତର୍କିତ ଚଢ଼ଉ କରାଯାଇଥିଲା । ଏହି ଚଢ଼ାଉ ଫଳରେ ପୋଲିସ ହାତରେ ୧୩ ଜଣ ଜୁଆଡି ଧରା ପଡିଥିବା ବେଳେ ପୋଲିସ ସେମାନଙ୍କ ଠାରୁ ନଗଦ ୧୯୨୫୦ଟଙ୍କା, ୧୧ଟି ମୋବାଇଲ ଫୋନ ଓ ତାସ୍‌ ଜବତ କରିଛି । ପୋଲିସ୍‌ ସେମାନଙ୍କ ନାମରେ ମାମଲା ରୁଜୁ କରିଛି ।

Get real time updates directly on you device, subscribe now.