fbpx

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ, ଜନତା କର୍ଫ୍ୟୁ ପାଇଁ ଭକ୍ତ ଦାସଙ୍କ ଆହ୍ୱାନ

ଭବାନୀପାଟଣା (ଭାସ୍କର ନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ପୁଣି ମୁହଁ ଖୋଲିଛନ୍ତି କଂଗ୍ରେସର ବରିଷ୍ଠ ନେତା ଭକ୍ତ ଦାସ । ଚଳିତ ମାସ ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଏହାକୁ ବିରୋଧ କରି ଏହି ଅବସରରେ ଜନତା କର୍ଫ୍ୟୁ ପାଳନ ପାଇଁ କଳାହାଣ୍ଡିବାସୀଙ୍କୁ ସେ ଆହ୍ୱାନ ଜଣାଇଛନ୍ତି । ଏହାସହ ଆସନ୍ତା ୭ ତାରିଖରେ ମମିତାଙ୍କ ଆତ୍ମାର ସଦ୍‌ଗତି, ପାପି ଓ ପାପର ଅନ୍ତ ପାଇଁ ଦିନ ୧୧ଟାରେ ଦୁଇ ମିନିଟ ନିରବ ପ୍ରାର୍ଥନା କରିବାକୁ କଳାହାଣ୍ଡି ବାସିନ୍ଦାଙ୍କୁ ସେ ଅନୁରୋଧ କରିଛନ୍ତି । ମମିତାଙ୍କୁ ନ୍ୟାୟ ଦେବା ପାଇଁ ପ୍ରତି ଗାଁ ଓ ସହରରେ ନୀରବ ପ୍ରାର୍ଥନା କରିବାକୁ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ଶ୍ରୀ ଦାସ କହିଛନ୍ତି ଯେ, ମମିତା ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତାଙ୍କ ପଦରୁ ହଟାଇ ଘଟଣାର ସତ୍ୟାସତ ଉନ୍ମୋଚନ କରାଯାଉ । ହେଲେ ସରକାର ତାଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୮ ତାରିଖରେ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ବାହାଦୁରି ଦେବାକୁ ଚେଷ୍ଟା କରୁଛନ୍ତି । ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ନ ଆସି ଭୁବନେଶ୍ୱରେ ରହି ଭିଡ଼ିଓ କନଫରେନ୍ସିଂ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମର ଉଦ୍‌ଘାଟନ କରନ୍ତୁ । ମମିତାଙ୍କୁ ନ୍ୟାୟ ମିଳୁ । କଳାହାଣ୍ଡି ଜିଲ୍ଲା କଳଙ୍କିତ ନ ହେଉ ବୋଲି ଶ୍ରୀ ଦାସ କହିଛନ୍ତି ।

Get real time updates directly on you device, subscribe now.