fbpx

ଦିଲ୍ଲୀବାସୀଙ୍କୁ କେଜ୍ରିୱାଲ ସରକାରଙ୍କ ଉପହାର, ଆଉ ଛଅ ମାସ ବଢିଲା ଫ୍ରି ରାସନ ଯୋଜନା

ନୂଆଦିଲ୍ଲୀ : ଦିଲ୍ଲୀବାସୀଙ୍କ ପାଇଁ  ଖୁସି ଖବର । ଅରବିନ୍ଦ୍ର କେଜ୍ରିୱାଲ ସରକାର ଫ୍ରି ରାସନ ଯୋଜନାକୁ ଆଗାମୀ ଛା ମାସ ପାଇଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆଧାରରେ ମାଗଣା ରାସନ ବିତରଣ ନଭେମ୍ବର ୩୦ରେ ସରିବାକୁ ଯାଉଛି । ଏହାର ଅବଧି ବୃଦ୍ଧି କରିବାକୁ କେନ୍ଦ୍ର ସରକାର ମନା କରି ଦେବା ପରେ କେଜ୍ରିୱାଲ ସରକାର ଏହି ନିର୍ଣ୍ଣୟ ନେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି ।

କେଜ୍ରିୱାଲ କହିଛନ୍ତି, ସଂପ୍ରତି ମହଙ୍ଗା ବହୁତ ଅଧିକ ରହିଛି । ସାଧାରଣ ଜନତାଙ୍କୁ ଗୋଟିଏ ବେଳର ଖାଇବା ମଧ୍ୟ ମୁସ୍କିଲ ହୋଇ ପଡିଛି । କରୋନା କାରଣରୁ ଅନେକ ବେରୋଜଗାର ହୋଇ ଯାଇଛନ୍ତି । ତେଣୁ ପ୍ରଧାନମନ୍ତ୍ରୀ ଦୟାକରି ଗରିବଙ୍କୁ ମାଗଣା ରାସନ ଯୋଜନା ଆଉ ଛଅ ମାସ ବଢାନ୍ତୁ । ଦିଲ୍ଲୀ ସରକାର ନିଜର ଫ୍ରି ରାସନ ଯୋଜନା ଛଅ ମାସ ପାଇଁ ବୃଦ୍ଧି କରୁଥିବା କେଜ୍ରିୱାଲ କହିଛନ୍ତି ।

 

ଦିଲ୍ଲୀରେ ୨୦୦୦ରୁ ଅଧିକ ରାସନ ଦୋକାନ ରହିଛି । ରାଜଧାନୀରେ ରାସନ କାର୍ଡଧାରୀ ସଂଖ୍ୟା ହେଉଛି ୧୭.୭୭ ଲକ୍ଷ । ଆଉ ମୋଟ୍ ହିତାଧିକାରୀ ରହିଛନ୍ତି ୭୨.୭୮ ଲକ୍ଷ । ଦିଲ୍ଲୀ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ(ଏନଏଫଏସଏ) ୨୦୧୩ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(ପିଏମଜେକେଏୱାଇ) ଆଧାରରେ ହିତାଧିକାରୀଙ୍କୁ ମାଗଣା ରାସନ ଯୋଗାଇ ଦେଉଛନ୍ତି । ସରକାର ଚଳିତ ବର୍ଷ ଜୁଲାଇରୁ ଗୋଟିଏ ଦେଶ ଏବଂ ଗୋଟିଏ ରାସନ କାର୍ଡ ଯୋଜନା ଆଧାରରେ ରାସନ ବିତରଣ ମଧ୍ୟ ଆରମ୍ଭ କରି ଦେଇଛନ୍ତି ।

Get real time updates directly on you device, subscribe now.