fbpx

ମାତଙ୍ଗ ଋଷି ଆଶ୍ରମରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ

କେନ୍ଦୁଝର(ଓଡ଼ିଶା ଭାସ୍କର):କହ୍ନେଇଲାଲ ଜୀଉଙ୍କର ପ୍ରମୁଖ ଉତ୍ସବ ଭାବରେ ଗିରି ଗୋବର୍ଦ୍ଧନ ପୂଜା ଉତ୍ସବ ଆଜି ଜିଲ୍ଲା ଯାଦବ ମହାସଭା ତରଫରୁ ରାଙ୍କିଆ ଗ୍ରାମସ୍ଥିତ ମାତଙ୍ଗଋଷି ଆଶ୍ରମରେ ଗୋବର୍ଦ୍ଧନ ପୂଜାଉତ୍ସବ ମହାସମାରହୋ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଜୀଉଙ୍କୁ ଗିରିଗୋବର୍ଦ୍ଧନ ବେଶରେ ସୁ-ସଜ୍ଜିତ କରାଯାଇ ପାରମ୍ପାରିକ ପ୍ରଥା ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ କାର୍ୟ୍ୟକ୍ରମରେ ମନ୍ଦିର ପରିସରରେ ହୋମ ଯଜ୍ଞ, ଅନନ୍ତ ଶୟନ ପୂଜା, ପାର୍ଶ୍ଵ ଦେବା ଦେବୀ ପୂଜା ଆଦି କାର୍ୟ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।

ଜିଲ୍ଲା ଯାଦବ ସମ୍ପାଦକ ଆଲେକ୍ସ ଜାଣ୍ଡାର ଦାସ, ବ୍ଲକ ସଭାପତି ପରମା ନନ୍ଦ ନାୟକ, ବ୍ଲକ ଯୁବ ସଭାପତି ପ୍ରସନ୍ନ ବେହେରା ଯୁବ ଯାଦବ ସରୋଜ ବାରିକ ପ୍ରମୁଖ ଉପସ୍ଥିତ ରହି ଉତ୍ସବ ପରିଚାଳନା କରିଥିଲେ । ଏହି ବାର୍ଷିକ ଉତ୍ସବ ଅବସରରେ ସ୍ଥାନୀୟ ଆଖପାଖ ଅଂଚଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ମାନେ ଧାର୍ମିକ କାର୍ୟ୍ୟକ୍ରମରେ ଯୋଗ ଦେଇ ପ୍ରସାଦ ସେବନ ଓ ପୂଜା ଉତ୍ସବ ଶୁକ୍ରବାର ସନ୍ଧ୍ୟା ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଅଂଚଳର ସଂକିର୍ତନ ମଣ୍ଡଳୀଙ୍କ ଦ୍ୱାରା ଶ୍ରୀକୃଷ୍ଣଙ୍କ ଉପରେ ଆଧାରିତ ବିଭିନ୍ନ ଭଜନ ଓ କିର୍ତନ ପରିବେଷଣ କରାଯାଇ କାର୍ୟ୍ୟକ୍ରମ ସମାପନ ହୋଇଯାଇଛି ।

Get real time updates directly on you device, subscribe now.