fbpx

ରାଜ୍ୟର ସହରାଞ୍ଚଳରେ ୧୩ ହଜାରରୁ ଅଧିକ ବାସହୀନ, ରାତ୍ରୀ ଆଶ୍ରୟସ୍ଥଳୀ ପାଇଁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ସହରାଞ୍ଚଳରେ ରହୁଥିବା ବାସହୀନ ଲୋକେ ଯେଭଳି ଶୀତରାତିରେ ହଇରାଣ ହରକତ ନହୁଅନ୍ତି ତାହା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସହରାଞ୍ଚଳରେ ୧୩ ହଜାରରୁ ଅଧିକ ଘର ଦ୍ୱାର ନଥିବା ବ୍ୟକ୍ତି ରହିଛନ୍ତି । ଏମାନଙ୍କ ୧୨ହଜାରରୁ ଅଧିକ ଲୋକଙ୍କର ସ୍ଥାୟୀ ଭାବେ ଘରଦ୍ୱାର ନଥିବା ଜଣାଯାଇଛି ।

ରାଜ୍ୟର ୧୧୪ ପୌରାଞ୍ଚଳରେ ଦୁଇଟି ସଂସ୍ଥା ଦ୍ୱାରା ବାସହୀନମାନଙ୍କର ସର୍ବେକ୍ଷଣ କରାଯାଇଥିଲା । ଏଥିରୁ ଜଣାଯାଇଛି ଯେ କେନ୍ଦ୍ରାଞ୍ଚଳ ରାଜସ୍ୱ ପାର୍ଷଦଙ୍କ ଅଧିନରେ ଥିବା ୧୦ ଜିଲ୍ଲାରେ ସର୍ବାଧିକ ୭୯୧୧ ବାସହୀନ ଥିବାବେଳେ ଉତ୍ତରାଞ୍ଚଳ ରାଜସ୍ୱ ପାର୍ଷଦଙ୍କ ଅଧିନରେ ଆସୁଥିବା ଜିଲ୍ଲାଗୁଡିକରେ ୧୦୮୦ ବାସହୀନ ଏବଂ ଦକ୍ଷିଣାଞ୍ଚଳ ରାଜସ୍ୱ ପାର୍ଷଦଙ୍କ ଅଧିନରେ ଥିବା ୧୦ଟି ଜିଲ୍ଲାରେ ୪୬୬୦ ବାସହୀନ ରହିଛନ୍ତି । ତେବେ ମୋଟ ୧୩,୬୫୧ ବାସହୀନଙ୍କ ମଧ୍ୟରୁ ୯୦୯ ଜଣ ଅସ୍ଥାୟୀଭାବେ ବାସହୀନ ଅଟନ୍ତି । ବିଭିନ୍ନ ଋତୁରେ ଏମାନେ କାମ ଅନ୍ୱେଷଣରେ ସହରାଞ୍ଚଳକୁ ଆସୁଥିବା ସମୟରେ ହି ରହିବା ପାଇଁ ଘରଟିଏ ପାଇନଥାନ୍ତି । ଏହି ବାସହୀନମାନେ ବିଶେଷକରି ଶ୍ରମିକ ଶ୍ରେଣୀର ହୋଇଥିବାରୁ ଦିନ ସାରା ଖଟି ଖଟି ରାତିରେ ସହରର ଏଣେ ତେଣେ ଶୋଇ ପଡିଥାନ୍ତି । ଏହିଭଳି ବାସହୀନଙ୍କ ପାଇଁ ସହରାଞ୍ଚଳରେ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇବା ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱ ଆରୋପ କରିଛନ୍ତି ।

Get real time updates directly on you device, subscribe now.