fbpx

ଜାମିନ ଆବେଦନ ଖାରଜ, ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ଅନିଲ ଦେଶମୁଖ

ମୁମ୍ବାଇ: ମୁମ୍ବାଇ ପିଏମଏଲଏ କୋର୍ଟ ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଜାମିନ ଆବେଦନ ଖାରଜ କରି ୧୪ ଦିନିଆ ବିଚାର ବିଭାଗିୟ ହାଜତକୁ ପଠାଇଛନ୍ତି । ମୁମ୍ବାଇ ପୂର୍ବତନ କମିଶନର ପରମବୀର ସିଂହ ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ବଟି ଆଦାୟର ସାଂଘାତିକ ଅଭିଯୋଗ ଆଣିଥିଲେ ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାରକେଙ୍କୁ ଚିଠି ଲେଖି କହିଥଲେ ଯେ, ଅନିଲ ଦେଶମୁଖ ପ୍ରତି ମାସ ମୁମ୍ବାଇରେ ଥିିବା ବାର ଓ ରେଷ୍ଟୁରାଣ୍ଟ ଗୁଡିକ ଠାରୁ ମାସିକ ଶହେ କୋଟି ଟଙ୍କାର ବଟି ଆଦାୟ ପାଇଁ କହୁଥିଲେ । ଅଭିଯୋଗ ଆଧାରରେ ମାମଲା ତଦନ୍ତ ଆରମ୍ଭ ହୋଇଥିଲା । ପରେ ମାମଲା ସିବିଆଇ ହାତକୁ ଯାଇଥିଲା । ଗୃହମନ୍ତ୍ରୀ ନିଜ ପଦବିର ଅପ ବ୍ୟବହାର କରି ବେଆଇନ ସମ୍ପତି ଠୁଳ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ବେଆଇନ ବଟି ଆଦାୟ ମାମଲାରେ ଗତ ସୋମବାର ଅନିଲ ଦେଶମୁଖଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । ସେହି ରି ପଚରା ଉଚୁରା ପାଇଁ ତାଙ୍କ ପୁଅଙ୍କୁ ମଧ୍ୟ ଇଡି ନୋଟିସ ଜାରି କରିଛି ।

Get real time updates directly on you device, subscribe now.