fbpx

ୱାକଫ୍ ବୋର୍ଡ ଜମି ଦୁର୍ନିୀତିକୁ ନେଇ ଅଡୁଆରେ ନୱାବ: ୭ଟି ସ୍ଥାନରେ ଇଡିର ଚଢାଉ

ନୂଆଦିଲ୍ଳୀ: ମହାରାଷ୍ଟ୍ରର ମହା ବିକାଶ ଅଘାଡି ସରକାରର ମନ୍ତ୍ରୀ ନୱାବ ମଲିକ୍ ବର୍ତ୍ତମାନ ଇଡି ରାଡାରରେ । ମଲିକଙ୍କ ନେତୃତ୍ୱାଧୀନ ବିଭାଗର ଏକ ଦୁର୍ନୀତିକୁ ନେଇ ଇଡି ପକ୍ଷରୁ ୭ଟି ସ୍ଥାନରେ ଚଢାଉ କରାଯାଇଛି । ଏହି ମାମଲାରେ ଅଗଷ୍ଟ ମାସରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗୁରୁବାର ଦିନ ଏକାଧିକ ସ୍ଥାନରେ ରେଡ କରାଯାଇଛି । ପୁଣେ ସ୍ଥିତ ୭ଟି ସ୍ଥାନରେ ଏହି ରେଡ୍ କରାଯାଇଥିବା ବେଳେ ଔରଙ୍ଗାବାଦରେ ମଧ୍ୟ ରେଡ କରାଯାଇଛି । ନୱାବ ମଲିକ ଏବଂ ଦେବେନ୍ଦ୍ର ଫଡନବିସଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଥିବା ବେଳେ ଏହି ରେଡ ପଛରେ ରାଜନୈତିକ ଅଭିସନ୍ଧି ରହିଥିବାର ଆକଳନ କରାଯାଉଛି । ୱାକଫ ବୋର୍ଡ ମଲିକଙ୍କ ଅଧୀନରେ ରହିଥିବା ବିଭାଗ ହୋଇଥିବାରୁ ମଲିକଙ୍କୁ ଚୁପ କରାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ଅଭିଯୋଗ ହେଉଛି ।

ଉଲ୍ଲେଖଯୋଗ୍ୟ ଯେ, ଏହି ମାମଲାରେ ଅଗଷ୍ଟ ମାସରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ବନ୍ଦଗାର୍ଡେନରେ ଏହି ଦୁର୍ନୀତି ହୋଇଥିବା ବେଳେ ଦୁଇ ଜଣ ଟ୍ରଷ୍ଟିଙ୍କୁ ହିଁ ଗିରଫ କରାଯାଇଥିଲା । ପୂର୍ବରୁ ନୱାବ ମଲିକଙ୍କ ହାଇଡ୍ରୋଜେନ ବୋମା ମନ୍ତବ୍ୟର ଉତ୍ତର ଦେବା ସମୟରେ ମଲିକ ଜମି କେଳେଙ୍କାରୀରେ ଲିପ୍ତ ବୋଲି ଫଡନବିସ ଅଭିଯୋଗ କରିଥିଲେ । ମଲିକ ବିଗତ କିଛି ଦିନ ଧରି ଏନସିବି ମୁମ୍ବାଇ ଜୋନାଲ ହେଡ ସମୀର ୱାଙ୍ଖେଡେ ଏବଂ ଦେବେନ୍ଦ୍ର ଫଡନବିସଙ୍କ ପ୍ରତି ଆକ୍ରମଣ ଜାରି ରଖିଛନ୍ତି ।

Get real time updates directly on you device, subscribe now.