fbpx

ସମୁଦ୍ର ଗର୍ଭରୁ ମିଳିଲା ନୂଆ କୋଭିଡ-୧୯ ମେଡିସିନ୍, ମହାମାରୀର ବଂଶ ନିପାତ କରିବା ନେଇ ବୈଜ୍ଞାନିକଙ୍କ ଦୃଢ଼ୋକ୍ତି

ନୂଆଦିଲ୍ଲୀ: କରୋନା ମହାହାରୀ ଦୁଇବର୍ଷ ମଧ୍ୟରେ ସମଗ୍ର ବିଶ୍ୱକୁ ଏକ ପ୍ରକାର ଭୟଭୀତ କରି ରଖିଛି । ଏହାମଧ୍ୟରେ ଏହାର ମୁକାବିଲା ପାଇଁ ବିଭିନ୍ନ ପ୍ରକାର ଔଷଧ ବାହାରିଲାଣି । କୋଭାକ୍ସିନ, କୋଭିସିଲ୍ଡ, ଫାଇଜର, ମଡର୍ଣ୍ଣା, ସ୍ଫୁଟନିକ ପରି ଭ୍ୟାକ୍ସିନ ବିଭିନ୍ନ ଦେଶରେ ନିର୍ମିତ ହୋଇସାରିଛି । ତେବେ କୌଣସି ଭ୍ୟାକ୍ସିନ କରୋନା ବିପକ୍ଷରେ ଶତ ପ୍ରତିଶତ କାର୍ଯ୍ୟକ୍ଷମ ନୁହେଁ ବୋଲି ବୈଜ୍ଞାନିକ ଓ ଡାକ୍ତରମାନେ ପୂର୍ବରୁ ମତ ଦେଇ ସାରିଛନ୍ତି । ତେବେ ବିଶ୍ୱର ବୈଜ୍ଞାନିକମାନେ ଏହାର ସ୍ଥାୟୀ ପ୍ରତିକାର ପାଇଁ ଗବେଷଣା ଚଳାଇଥିବା ବେଳେ ଏନେଇ ଆସିଛି ଏକ ନୂଆ ଖୁଲାସା । ସମୁଦ୍ର ତଳୁ ବୈଜ୍ଞାନିକମାନେ ଏକ ନୂଆ ମେଡିସିନ୍ ବାହାର କରିଛନ୍ତି । ଉକ୍ତ ମେଡିସିନ କେବଳ ଭାଇରସ ସଂକ୍ରମଣକୁ ରୋକିବା ନାହିଁ, ବରଂ ମୂଳକୁ ଖତମ କରିବାର ସାମର୍ଥ୍ୟ ରଖିଥିବା ବୈଜ୍ଞାନିକମାନେ କହିଛନ୍ତି ।

ବୈଜ୍ଞାନିକଙ୍କ ମତରେ, ସମୁଦ୍ରରେ ଏହି ଔଷଧୀୟ ପଦାର୍ଥ ପର୍ଯ୍ୟାପ୍ତମାତ୍ରାରେ ଉପଲବ୍ଧ ରହିଛି । ସାମୁଦ୍ରିକ ଜୀବଜନ୍ତୁଙ୍କଠାରୁ ମିଳୁଥିବା ପଦାର୍ଥକୁ ଔଷଧ ଭାବେ ବ୍ୟବହାର ନେଇ ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ (ଏଫଡିଏ) ଅନୁମତି ପ୍ରଦାନ କରିସାରିଛି । ଏହି ପଦାର୍ଥ ସମୁଦ୍ରର ଏଲଗୀ, ସ୍କ୍ୱିଡ ଓ ମାଛଠାରୁ ପ୍ରାପ୍ତ ହୋଇଛି । ଏହାକୁ ମରିନ ସଲଫେଟେଡ ପୋଲିସେକେରାଇଡ୍ସ (ଏମଏସପି) କୁହାଯାଇଥାଏ । ଏମଏସପି ଏକ ବିଶେଷ ଧରଣର କାର୍ବୋହାଇଡ୍ରେଟ, ଯାହା ମଧ୍ୟରେ ସଲଫର ରହିଥାଏ । ବୈଜ୍ଞାନିକମାନେ ଏହି ଏମଏସପି ପଦାର୍ଥକୁ ପ୍ରୟୋଗ କରିବା ଆରମ୍ଭ କରିସାରିଥିବା ବେଳେ ଏହା ସିମ୍ପଲେକ୍ସ ଭାଇରସ, ଏଚଆଇଭି, ସାଇଟୋମେଗାଲୋ ଭାଇରସ୍, ଇନଫ୍ଲୁଏନଜା ଓ ହେପାଟାଇଟିସ ଭାଇରସ ବିପକ୍ଷରେ ଭଲ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଏମଏସପି ସମୁଦ୍ରରେ ଅଧିକ ମାତ୍ରାରେ ରହିଥିବାରୁ ବିଶ୍ୱର ସମସ୍ତ ରାଷ୍ଟ୍ର ଏହାକୁ ନେଇ ଭ୍ୟାକ୍ସିନ ନିର୍ମାଣ କରିବା ସମ୍ଭବ ।

Get real time updates directly on you device, subscribe now.