fbpx

ଗ୍ରାହକଙ୍କୁ SBIର ବଡ ଝଟକା: ଏତିକି ଟଙ୍କା ମହଙ୍ଗା ହେଲା କ୍ରେଡିଟ କାର୍ଡ

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଏସବିଆଇର ବଡ ଝଟକା । ଏଣିକି ଆହୁରି ମହଙ୍ଗା ହେବାକୁ ଯାଉଛି ଏସବିଆଇର ବ୍ୟାଙ୍କ ସେବା । ଏଣିକି ଏସବିଆଇର କ୍ରେଡିଟ କାର୍ଡ ସେବା ଅଧିକ ମହଙ୍ଗା ହେବାକୁ ଯାଉଛି । ଆସନ୍ତା ଡିସେମ୍ବର ୧ ତାରିଖରୁ ଇଏମଆଇ ଉପରେ ଅଧିକ ପ୍ରସେସିଂ ଫି ପ୍ରଦାନ କରିବାକୁ ପଡିବ । ଏସବିଆଇ କାର୍ଡସ ଆଣ୍ଡ ପେମେଣ୍ଟସ ସର୍ଭିସେସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏଣିକି ଇଏମଆଇ ଦେଣନେଣ ଉପରେ ୯୯ ଟଙ୍କା ଏବଂ ଟିକସର ଅତିରିକ୍ତ ବୋଝ ଗ୍ରାହକଙ୍କ ଉପରେ ପଡିବ । ଆସନ୍ତା ୧ ଡିସେମ୍ବରରୁ ଏହି ନିୟମ ଲାଗୁ ହେବ ବୋଲି କୁହାଯାଇଛି ।

ଏସବିଆଇପିସିଏଲ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆମାଜନ ଏବଂ ଫ୍ଲିପକାର୍ଟ ପରି ସାଇଟରେ କରାଯାଉଥିବା ପ୍ରତି ଦେଣନେଣ ଉପରେ ଏହି ପ୍ରସେସିଂ ଫି ଲାଗୁ କରାଯିବ । ଇଏମଆଇରେ ନିଆଯାଉଥିବା ସୁଧଠାରୁ ଏହି ଅର୍ଥ ଅଲଗା ରହିବ ବୋଲି କୁହାଯାଇଛି । ଏସବିଆଇପିସିଏଲ୍ ପକ୍ଷରୁ ଇମେଲ ଜରିଆରେ ଗ୍ରାହକ ମାନଙ୍କୁ ସୂଚିତ କରାଯାଇଛି । ଏହା ସହିତ କୌଣସି ଦେଣନେଣ କ୍ୟାନ୍ସଲ ହେଲେ ସ୍ୱୟଂକ୍ରିୟ ଭାବରେ କଟିଥିବା ଅର୍ଥ ଗ୍ରାହକଙ୍କ ଖାତାକୁ ଫେରସ୍ତ ଆସିଯିବ ।

Get real time updates directly on you device, subscribe now.