fbpx

ଜିନ୍ନାଙ୍କୁ ସ୍ୱାଧିନତା ସଂଗ୍ରାମୀ କହିଲେ ଜେଡିୟୁ ବିଧାୟକ; ଏମିତି ପ୍ରତିକ୍ରିୟା ରଖିଲା ବିଜେପି

ନୂଆଦିଲ୍ଳୀ: ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ସ୍ୱାଧୀନତା ସଂଗ୍ରାମୀ ବୋଲି କହି ଅଡୁଆରେ ବିଧାୟକ । ଜିନ୍ନାଙ୍କୁ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବରେ ଅଭିହିତ କରିବା ଫଳରେ ବିଜେପିର ରୋଷର ଶିକାର ହୋଇଛନ୍ତି ଜେଡିୟୁ ବିଧାୟକ ଖାଲିଦ ଅନୱର । ପୂର୍ବରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ଓମ ପ୍ରକାଶ ରାଜଭର ମଧ୍ୟ ସମାନ ଭାବରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡିଥିଲେ । ଅନୱରଙ୍କ ଏଭଳି ମନ୍ତବ୍ୟ ପରେ ସେ ଦେଶ ଛାଡି ପାକିସ୍ତାନ ଚାଲି ଯାଆନ୍ତୁ ବୋଲି ବିଜେପି ମତ ରଖିଛି ।

ଦେଶର ସ୍ୱାଧୀନତାରେ ଜିନ୍ନାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଜିନ୍ନା ପାକିସ୍ତାନ ଗଠନ କରିଥିଲେ ମାତ୍ର ଦେଶ ବିଭାଜନ ପାଇଁ ନେହେରୁ ମଧ୍ୟ ସମାନ ପରିମାଣରେ ଦାୟୀ ବୋଲି କହିଥିଲେ ଅନୱର । ଏହା ସହିତ ଜିନ୍ନାଙ୍କୁ ସମାଲୋଚନା କରାଯିବା ଯଥାର୍ଥ ନୁହେଁ ବୋଲି ଅନୱର କହିଛନ୍ତି । ଜିନ୍ନାଙ୍କୁ ସମର୍ଥନରେ ଦିଆଯାଇଥିବା ଏହି ମତ ତାଙ୍କର ବ୍ୟକ୍ତିଗତ ନୁହେଁ ବରଂ ଏହା ତାଙ୍କ ଦଳର ମତ ବୋଲି ଅନୱର କହିଛନ୍ତି । ଆତଙ୍କର କୌଣସି ରଙ୍ଗ ନଥାଏ ମାତ୍ର କିଛି ଲୋକ ଏହାକୁ ଗେରୁଆ ଏବଂ ସବୁଜ ରଙ୍ଗ ମଧ୍ୟରେ ଖୋଜିବାକୁ ପ୍ରୟାସ କରୁଛନ୍ତି । କଂଗ୍ରେସର ଏପରି ମନୋଭାବ ହିଁ ଦେଶକୁ କ୍ଷତି ପହଞ୍ଚାଉଛି ବୋଲି ଅନୱର କହିଛନ୍ତି । ତେବେ ବିହାରରେ ଜେଡିୟୁ ସହ ମେଣ୍ଟ କରିଥିବା ବିଜେପି କିନ୍ତୁ କଡା ପ୍ରତିକ୍ରିୟା ପ୍ରକାଶ କରିଛି । ଆଜିବି ଯଦି କେହି ଜିନ୍ନାଙ୍କୁ ପ୍ରଶଂସା କରୁଛନ୍ତି ତେବେ ପାକିସ୍ତାନର ଦ୍ୱାର ଆପଣଙ୍କ ପାଇଁ ଉନ୍ମୁକ୍ତ । ଭାରତରେ ରହିବାକୁ ହେଲେ ମହାତ୍ମା ଗାନ୍ଧୀ ଏବଂ ଭାରତ ମାତାଙ୍କୁ ସ୍ୱୀକାର କରିବାକୁ ପଡିବ ବୋଲୀ କହିଛନ୍ତି ବିଜେପି କ୍ୟାବିନେଟ ମନ୍ତ୍ରୀ ସମ୍ରାଟ ଚୌଧୁରୀ ।

Get real time updates directly on you device, subscribe now.