fbpx

୨ ବର୍ଷ ପରେ ସ୍କୁଲକୁ ଫେରିବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲା, ଆଜିଠୁ ଆରମ୍ଭ ହେବ କ୍ଲାସରୁମ୍ ପାଠପଢ଼ା

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍) : ଆଜିଠୁ ଆରମ୍ଭ ହେବ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ଅଫ୍‌ଲାଇନ୍ କ୍ଲାସରୁମ୍ ପାଠପଢ଼ା। କରୋନା କଟକଣା ମଧ୍ୟରେ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ କରିବେ। ଏଥିପାଇଁ ସ୍କୁଲଗୁଡିକ ସାନିଟାଇଜ୍ କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇଛି ।୨ ବର୍ଷ ପରେ ସ୍କୁଲକୁ ଫେରିବେ  ଷଷ୍ଠ ଓ ସପ୍ତମ ଛାତ୍ରଛାତ୍ରୀ ।

ସୂଚନା ମୁତାବିକ,  କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ରାଜ୍ୟରେ ଧିରେ ଧିରେ ସ୍କୁଲ ଖୋଲିବା ଆରମ୍ଭ ହୋଇଛି । ଦୀପାବଳୀ ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବ ବୋଲି ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ। ମନ୍ତ୍ରୀଙ୍କ କହିବା ମୁତାବକ, ‘ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବ । ପ୍ରଥମ ପର୍ଯ୍ୟାୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖେଲାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମରୁ ପଞ୍ଚମ ଯାଏଁ ଶ୍ରେଣୀ ଖୋଲିବା ନେଇ ବିଚାର କରାଯିବ । ତେବେ ୨ ବର୍ଷ ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ସ୍କୁଲରେ ପାଠପଢ଼ା ଆରମ୍ଭ କରିବେ। ଏଥିପାଇଁ ସବୁ ପୂର୍ବ ପ୍ରସ୍ତୁତି ସରିଥିବା ଜଣାପଡିଛି।

Get real time updates directly on you device, subscribe now.