fbpx

ରାଜକୁମାର ରାଓ-ପତ୍ରଲେଖାଙ୍କ ମ୍ୟାରେଜ୍ ଆଜି, ଭାଇରାଲ୍ ହେଉଛି ନିମନ୍ତ୍ରଣ କାର୍ଡ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ରାଜକୁମାର ରାଓ ଓ ପତ୍ରଲେଖା ଆଜି ବିବାହ କରିବାକୁ ଯାଉଛନ୍ତି । ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା କୁହାଯାଉଛି । ସେମାନଙ୍କର ବିବାହକୁ ନେଇ ଅନେକ ଭିଡିଓ ଓ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ତେବେ ଏହା ମଧ୍ୟରେ ବିବାହ ନିମନ୍ତ୍ରଣ କାର୍ଡରେ ନଭେମ୍ବର ୧୫ ତାରିଖ ସୂଚିତ ଥିବା ଦେଖିବାକୁ ମିଳିଛି । ଏଥିସହ କାର୍ଡରେ ଚଣ୍ଡିଗଡ଼ର ଓବରଓ ସୁଖଭିଲା ମଧ୍ୟ ଲେଖାଥିବା ଦେଖିବାକୁ ମିଳିଛି ।

ଜଣାପଡ଼ିଛି ଯେ, ଏହି ବିବାହରେ ସେମାନଙ୍କର ପରିବାର, ସାଙ୍ଗସାଥୀ ଓ ଫିଲ୍ମ ଜଗତ ସହ ଜଡ଼ିତ କିଛି ବ୍ୟକ୍ତିମାନେ ସାମିଲ୍ ହେବେ । ଏହି ଲିଷ୍ଟରେ ଅଦିତି ରାଓ ହାଇଦରୀ, ଅଭିନେତା-ନିର୍ଦ୍ଦେଶକ ସତୀଶ କୌଶିକଙ୍କ ନାମ ରହିଛି । ଚଣ୍ଡିଗଡ଼ର ଗ୍ରାଣ୍ଡ ସେଭେନ ଷ୍ଟାର ଓବରଏ ସୁଖଭିଲାରେ ଦୁହେଁ ବିବାହ କରିବାକୁ ଯାଉଥିଲେ ହେଁ ଏହାକୁ ଗୁପ୍ତ ରଖାଯାଇଛି । ଏହି ବିବାହରେ ମାତ୍ର ୧୦୦ରୁ ୧୫୦ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ମିଡ଼ିଆକୁ ଏଥିରୁ ଦୂରେଇ ରଖାଯାଇଛି । ଦୁହିଁଙ୍କର ସଗାଇ ୧୩ ତାରିଖରେ ହେବା ସହ ୧୪ରେ ମେହେନ୍ଦୀ ଓ ସଙ୍ଗୀତ କାର୍ଯ୍ୟକ୍ରମ ହୋଇଥିଲା । ରାଜକୁମାର ଓ ପତ୍ରଲେଖା ବହୁ ବର୍ଷ ଧରି ପରସ୍ପର ସହ ରିଲେସନସିପରେ ରହିଆସୁଥିଲେ । ଦୁହେଁ ଏକସଙ୍ଗେ ସିଟିଲାଇଟ ଫିଲ୍ମରେ କାମ କରିବା ସହ ଦୁହିଁଙ୍କୁ ବଲିଉଡର ଖାସ୍ ଯୋଡ଼ିର ମାନ୍ୟତା ଦିଆଯାଉଛି ।

Get real time updates directly on you device, subscribe now.