fbpx

ଚାଷୀଙ୍କ ପାଇଁ ଖୁସିଖବର! ଏଥର ୨ ହଜାର ବଦଳରେ ଆକାଉଣ୍ଟକୁ ଆସିବ ୪୦୦୦ ଟଙ୍କା, ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ଚାଷୀଙ୍କ ଆକାଉଣ୍ଟକୁ ଖୁବଶୀଘ୍ର ଆମାଗୀ କିସ୍ତି ଆସିଯିବ । ଡିସେମ୍ବର ୧୫ ସୁଦ୍ଧା ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଆସିବ । କିନ୍ତୁ ଯେଉଁ ଚାଷୀମାନେ ୯ମ କିସ୍ତିର ଲାଭ ପାଇନାହାନ୍ତି, ସେମାନଙ୍କ ଆକାଉଣ୍ଟରେ ୨ଟି କିସ୍ତିର ଟଙ୍କା ଅର୍ଥାତ୍ ଏକାଥରକେ ୪୦୦୦ ଟଙ୍କା ଟ୍ରାନ୍ସଫର ହେବ । ଏହି ସୁବିଧା ସେହି କୃଷକଙ୍କୁ ମିଳିବ, ଯେଉଁମାନେ ୩୦ ସେପ୍ଟେମ୍ବର ପୂର୍ବରୁ ରେଜିଷ୍ଟେସନ କରିଥିଲେ ।

ତେବେ ଗତ ବର୍ଷ ୨୫ ଡିସେମ୍ବର ୨୦୨୦ ରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଟଙ୍କା ଟ୍ରାନ୍ସଫର କରିଥିଲେ । ଏପର୍ଯ୍ୟନ୍ତ ସରକାର ଦେଶର ୧୧.୩୭ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧.୫୮ ଲକ୍ଷ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର କରିଛନ୍ତି ।

ଲିଷ୍ଟରେ ଆପଣଙ୍କ ନାଁ ଚେକ୍ କରନ୍ତୁ ଏପରି:

– ନାଁ ଚେକ୍ କରିବାକୁ ଆପଣଙ୍କୁ ପ୍ରଥମେ ପିଏମ କିଷାନ ଯୋଜନାର ୱେବସାଇଟ https://pmkisan.gov.inକୁ ଯିବାକୁ ପଡିବ ।

– ଏବେ ଏହାର ହୋମପେଜରେ ଆପଣଙ୍କୁ Farmers Cornerର ଅପସନ୍ ମିଳିବ ।

– Farmers Cornerର ସେକ୍ସନର ଭିତରେ Beneficiaries Listର ଅପସନ୍ ଉପରେ କ୍ଲିକ କରନ୍ତୁ ।

– ଏବେ ଆପଣ ଲିଷ୍ଟରେ ରାଜ୍ୟ, ଜିଲ୍ଲା, ବ୍ଲକ ଓ ଗାଁକୁ ସିଲେକ୍ଟ କରନ୍ତୁ ।

– ପରେ ଆପଣ Get Report ଉପରେ କ୍ଲିକ କରନ୍ତୁ ।

– ଏହା ପରେ ଆବେଦନ କରିଥିବା କୃଷକଙ୍କ ଲିଷ୍ଟ ସାମ୍ନାକୁ ଆସିବ, ଯେଉଁଥିରେ ଆପଣ ନିଜ ନାଁ ଚେକ୍ କରିପାରିବେ ।

Get real time updates directly on you device, subscribe now.