fbpx

ଏହି ଗୁମ୍ଫାକୁ ଯାଇ ଜଣାପଡିବ କେବେ ଶେଷ ହେବ ପୃଥିବୀ ! ଜାଣନ୍ତୁ କ’ଣ ରହିଛି ରହସ୍ୟ

ନୂଆଦିଲ୍ଲୀ: ଭାରତରେ ଲକ୍ଷାଧିକ ମନ୍ଦିର ରହିଛି ଓ ସେଥିରୁ ଅନେକ ମନ୍ଦିରର ରହସ୍ୟ ଆଜି ପର୍ଯ୍ୟନ୍ତ କେହି ଜାଣିପାରି ନାହାନ୍ତି । ଏପରି ଏକ ମନ୍ଦିର ଉତ୍ତରାଖଣ୍ଡର ପିଥୋରାଗଡ଼ରେ ରହିଛି । ଏହି ମନ୍ଦିର ବିଷୟରେ କୁହାଯାଇଛି ଯେ, ଏହି ଗୁମ୍ଫାରେ ଦୁନିଆ ଶେଷ ହେବାର ରହସ୍ୟ ଲୁଚି ରହିଛି । ଅବଶ୍ୟ ଏହାର ବାସ୍ତବତା ବିଷୟରେ କେହି ଜାଣିପାରି ନାହାନ୍ତି ।

ଉତ୍ତରାପଖଣ୍ଡର ପିଥୋରାଗଡ଼ ଜିଲ୍ଲାରେ ଥିବା ଏହି ଗୁମ୍ଫାର ନାଁ ହେଉଛି ପାତାଳ ଭୁବନେଶ୍ୱର ଗୁମ୍ଫା ମନ୍ଦିର । ଏହି ଗୁମ୍ଫା ବିଷୟରେ ହିନ୍ଦୁ ଧର୍ମରେ ବି ଉଲ୍ଲେଖ ରହିଛି । କୁହାଯାଏ ଯେ, ଏହି ଗୁମ୍ଫାର ଗର୍ଭରେ ସମଗ୍ର ବିଶ୍ୱ ଶେଷ ହେବାର ରହସ୍ୟ ଲୁଚି ରହିଛି । ଗୁମ୍ଫାରେ ଏକ ମନ୍ଦିର ବି ରହିଛି । ଏହି ମନ୍ଦିରକୁ ମଧ୍ୟ ରହସ୍ୟମୟୀ ବୋଲି କୁହାଯାଏ । ମନ୍ଦିର ଭିତରକୁ ଯିବାକୁ ହେଲେ ମୁମ୍ଫା ଦେଇ ଯିବାକୁ ପଡିଥାଏ । ଏଥିପାଇଁ ଆପଣଙ୍କୁ ବହୁତ ପତଳା ରାସ୍ତା ଦେଇ ଯିବାକୁ ପଡିବ ।

ଏହି ଗୁମ୍ଫାର ଗଭୀରତା ସମୁଦ୍ର ପତ୍ତନଠାରୁ ୯୦ ଫୁଟ ଉଚ୍ଚରେ ରହିଛି । ଯେତେବେଳେ ଆପଣ ଗୁମ୍ଫାରେ ପ୍ରବେଶ କରି ମନ୍ଦିର ଆଡକୁ ଯିବେ, ସେତେବେଳେ ଆପଣଙ୍କୁ ପଥରଗୁଡ଼ିକର ଚିତ୍ରକଳା ହାତୀ ପରି ଦେଖାଯିବ । ଏହା ପରେ ନାଗମାନଙ୍କର ରାଜା ଅଧିଶେଷଙ୍କ କଳାକୃତି ବି ପଥରରେ ଦେଖିପାରିବେ । କୁହାଯାଏ ଯେ, ନାଗଙ୍କ ରାଜା ଅଧିଶେଷ ହିଁ ଦୁନିଆର ଭାର ତାଙ୍କ ମୁଣ୍ଡ ଉପରେ ରଖିଛନ୍ତି ।

ଏହି ମନ୍ଦିରରେ ଚାରୋଟି ଦ୍ୱାର ରହିଛି । ପୁରାଣ ଅନୁସାରେ, ସେଥିମଧ୍ୟରୁ ଗୋଟିଏ ହେଉଛି ଯୁଦ୍ଧ ଦ୍ୱାର, ଦ୍ୱିତୀୟଟି ହେଉଛି ପାପଦ୍ୱାର, ତୃତୀୟଟି ହେଉଛି ଧର୍ମଦ୍ୱାର ଏବଂ ଚତୁର୍ଥଟି ହେଉଛି ମୋକ୍ଷଦ୍ୱାର । କୁହାଯାଏ ଯେ, ଯେତେବେଳେ ରାବଣଙ୍କର ମୃତ୍ୟୁ ହୋଇଥିଲା, ସେତେବେଳେ ପାପର ଦ୍ୱାର ବନ୍ଦ ହୋଇଯାଇଥିଲା । ଏହା ସହ କୁରୁକ୍ଷେତ୍ରର ଯୁଦ୍ଧ ପରେ ପ୍ରଥମ ଦ୍ୱାର ଅର୍ଥାତ୍ ଯୁଦ୍ଧଦ୍ୱାର ବନ୍ଦ କରାଯାଇଥିଲା । ସ୍କନ୍ଦ ପୁରାଣରେ ଲେଖାଯାଇଛି ଯେ, ପାତାଳ ଭୁବନେଶ୍ୱର ଗୁମ୍ଫା ମନ୍ଦିରରେ ଭଗବାନ ଶିବ ରୁହନ୍ତି । ସମସ୍ତ ଦେବତା ଭଗବାନ ଶିବଙ୍କୁ ପୂଜା କରିବାକୁ ଏଠାକୁ ଆସନ୍ତି ।

ପୁରାଣ ଅନୁସାରେ, ସୂର୍ଯ୍ୟବଂଶର ରାଜା ରିତୁପର୍ଣ୍ଣା ଏହି ମନ୍ଦିରକୁ ଖୋଜିଥିଲେ । ସେ ତ୍ରେତୟା ଯୁଗରେ ଅଯୋଧ୍ୟାରେ ଶାସନ କରିଥିଲେ । ଏହି ମନ୍ଦିରେ ରିତୁପର୍ଣ୍ଣା ନାଗଙ୍କ ରାଜା ଅଧିଶେଷଙ୍କ ସହ ଭେଟ ହୋଇଥିଲେ । କୁହାଯାଏ ରାଜା ରିତୁପର୍ଣ୍ଣାଙ୍କୁ ଏହି ଗୁମ୍ଫାର ମନ୍ଦିରକୁ ନାଗଙ୍କ ରାଜା ଅଧିଶେଷ ଆଣିଥିଲେ । ପରେ ତାଙ୍କୁ ଭଗବାନ ଶିବ ଓ ଅନ୍ୟ ଦେବଦେବତାଙ୍କ ଦର୍ଶନ ପ୍ରାପ୍ତ ହୋଇଥିଲା । ପରେ ଦ୍ୱାପର ଯୁଗରେ ପାଣ୍ଡବମାନେ ଏହି ଗୁମ୍ଫାର ସନ୍ଧାନ କରିଥିଲେ । ପାଣ୍ଡବମାନେ ଏହି ଗୁମ୍ଫାରେ ଭଗବାନ ଶିବଙ୍କୁ ପୂଜା କରିଥିଲେ ।

Get real time updates directly on you device, subscribe now.