fbpx

ଆସୁଛି Wi-Fiର ନୂଆ ଟେକ୍ନୋଲୋଜି WiFi-HaLow: ଏଣିକି ଏକ କିଲୋମିଟର ଦୂରତା ପର୍ଯ୍ୟନ୍ତ ଧରିବ ଡିଭାଇସର କନେକ୍ସନ

ନୂଆଦିଲ୍ଲୀ: ଖୁବଶୀଘ୍ର ୱାଇ-ଫାଇର ନୂଆ ଟେକନିକ୍ ହାଇ-ଫାଇ ହେବାକୁ ଯାଉଛି । ୱାଇ-ଫାଇର ନୂଆ ଟେକ୍ନୋଲୋଜି ୱାଇଫାଇ-ହ୍ୟାଲୋ ଲଞ୍ଚ ହେବା ପରେ ବହୁତ କିଛି ବଦଳିବାକୁ ଯାଉଛି । ଏହି ନୂଆ ଟେକନିକରେ ୱାଇ-ଫାଇର ରେଞ୍ଜ କିଛି ମିଟର ମଧ୍ୟରେ ସୀମିତ ନ ରହି ଏକ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବ । ୱାଇ-ଫାଇ ଆଲିଆନ୍ସ ଦ୍ୱାରା ଏହି ନୂଆ ଟେକନିକକୁ ଡେଭଲପ୍ କରାଯାଇଛି । ୱାଇ-ଫାଇ ଆଲିଆନ୍ସ ୱାଇ-ଫାଇ ଟେକ୍ନୋଲୋଜି ଉପରେ କାର୍ଯ୍ୟ କରୁଥିବା କମ୍ପାନୀଗୁଡ଼ିକର ଏକ ନେଟୱାର୍କ ଅଟେ । ହ୍ୟାଲୋକୁ ଲୋ-ପାୱର ଓ ହାଇ-ରେଞ୍ଜ ଉଦ୍ଦେଶ୍ୟରେ ବିକଶିତ କରାଯାଇଥିବା ଜଣାପଡ଼ିଛି ।

ୱାଇ-ଫାଇ ହାଲୋକୁ ଇଣ୍ଟରନେଟ ଅଫ୍ ଥିଙ୍କସ୍ ଉପରେ ଫୋକସ୍ କରିବା ନେଇ ଡେଭଲପ୍ କରାଯାଉଛି । ୱାଇ-ଫାଇ ହ୍ୟାଲୋର ଉଦ୍ଦେଶ୍ୟ ହେଉଛି ଔଦ୍ୟୋଗିକ, କୃଷି, ସ୍ମାର୍ଟ ବିଲ୍ଡିଂ ଓ ସ୍ମାର୍ଟ ସିଟି ପରିବେଶରେ ଏହାର ଉପଯୋଗକୁ ସକ୍ଷମ କରାଇବା । ଯେ କୌଣସି କାନ୍ଥକୁ ଏହା ଭେଦ କରିବାର ସାମର୍ଥ୍ୟ ରଖିଥାଏ । ଏହା ୟୁଜର୍ସଙ୍କୁ ଅଧିକ ଲାଭଯୁକ୍ତ କନେକ୍ସନ ପ୍ରଦାନ କରିବ । ଏଥିରେ କମ୍ ବିଦ୍ୟୁତ ଖର୍ଚ୍ଚ ହେବା ସହ ଲୋ ଫ୍ରିକ୍ୱେନ୍ସିରେ ବହୁ ଦୂରତା ପର୍ଯ୍ୟନ୍ତ ଡାଟା ଟ୍ରାନ୍ସମିଟ କରିବାର କ୍ଷମତା ରଖିଥାଏ । ତେବେ ବର୍ତ୍ତମାନ ସୁଦ୍ଧା ୱାଇ-ଫାଇ ହ୍ୟାଲୋ ଲଞ୍ଚ କରିବା ନେଇ କୌଣସି ଟାଇମଲାଇନ ଜାରି କରାଯାଇ ନାହିଁ । ଚଳିତ ବର୍ଷ ଅକ୍ଟୋବର-ଡିସେମ୍ବର ମଧ୍ୟରେ ଏହା ଲଞ୍ଚ କରାଯିବ ବୋଲି ପୂର୍ବରୁ ୱାଇ-ଫାଇ ଆଲିଆନ୍ସ ପକ୍ଷରୁ କୁହାଯାଇଥିଲା । ଆସନ୍ତା ବର୍ଷ ଏହି ଟେକନିକ୍ ଉପଲବ୍ଧ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.