fbpx

ପରମବୀର ସିଂହ ପଳାତକ ଘୋଷିତ, ଆସନ୍ତା ୩୦ ଦିନ ମଧ୍ୟରେ ତାଙ୍କର କୌଣସି ପତ୍ତା ନମିଳେ ଜବତ ହେବ ସମ୍ପତ୍ତି

ମୁମ୍ବାଇ: ପଳାତକ ଘୋଷିତ ହେଲେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ । ତାଙ୍କ ସମେତ ଆଉ ଦୁଇ ଜଣଙ୍କୁ ମଧ୍ୟ ମୁମ୍ବାଇ ଏସ୍‌ପ୍ଳାନେଡ୍‌ କୋର୍ଟ ପଳାତକ ଅପରାଧୀ ବୋଲି ଘୋଷଣା କରିଛନ୍ତି । ପରମବୀରଙ୍କ ବିରୋଧରେ ଥିବା ବଟି ଆଦାୟ ମାମଲାକୁ ନେଇ ଏଭଳି ଘୋଷଣା ହେଇଛି । ସରକାରୀ ଓକିଲ ଶେଖର ଜଗତାପ କହିଛନ୍ତି ଯେ ମୁମ୍ବାଇର ଏସପ୍ଲାନେଡ କୋର୍ଟ ପୂର୍ବତନ ପୁଲିସ କମିଶନର ପାରମ ବୀର ସିଂଙ୍କୁ ପଳାତକ ଅପରାଧୀ ବୋଲି ଘୋଷଣା କରିବାକୁ ନେଇ ମୁମ୍ବାଇ ପୁଲିସର ଆବେଦନକୁ ଗ୍ରହଣ କରିଛନ୍ତି ।

ବାରମ୍ବାର ସମନ ସତ୍ତେ୍ୱ ବି ପରମବୀର ଥାନାରେ ହାଜର ହେଉନାହାନ୍ତି । ଯଦି ଆସନ୍ତା ୩୦ ଦିନ ଭିତରେ ତାଙ୍କର କୌଣସି ପତ୍ତା ନମିଳେ ତେବେ ମୁମ୍ବାଇ ପୁଲିସ ତାଙ୍କ ସମ୍ପତ୍ତି ଜବତ କରିବା ପ୍ରକ୍ରିୟା ଆରମ୍ଭ କରିବ । କୋର୍ଟଙ୍କ ଏହି ପଳାତକ ଘୋଷଣା ନିଷ୍ପତ୍ତି ପରେ ଏବେ ପରମବୀରଙ୍କୁ ଖୋଜିବାରେ କ୍ରାଇମବ୍ରାଞ୍ଚକୁ ସହାୟତା ମିଳିବ ବୋଲି ସରକାରୀ ଓକିଲ କହିଛନ୍ତି । ଜାମିନବିହୀନ ଗିରଫ ପରୱାନା ଜାରି ହୋଇଥିବା ସତ୍ତେ୍ୱ ପରମବୀର ସିଂହଙ୍କ କୌଣସି ପତ୍ତା ମିଳିନଥିଲା । ଏଥିାଇଁ ଶନିବାର ଏହି ମୁମ୍ବାଇ କ୍ରାଇମବ୍ରାଞ୍ଚର ପୂର୍ବତନ ପୁଲିସ କମିଶନର ବିରୋଧରେ ଗରୁଗାଓଁ ଥାନାରେ ରୁଜୁ ହୋଇଥିବା ବଟି ଆଦାୟ ମାମଲାରେ ଫେରାର ଆସାମୀ ଘୋଷଣା କରିବାକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.