fbpx

(ଦେଖନ୍ତୁ ଭାଇରାଲ୍ ଭିଡିଓ) ମ୍ୟାଚ ବେଳେ ହଠାତ୍ ଏ କ’ଣ ଘଟିଗଲା: ମହମ୍ମଦ ସିରାଜଙ୍କୁ ଚାପୁଡ଼ା ମାରିଲେ ଅଧିନାୟକ ରୋହିତ ଶର୍ମା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍ ଜାରି ରହିଥିବା ବେଳେ ଏହି ସମୟରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଉକ୍ତ ଭିଡିଓରେ ଅଧିନାୟକ ରୋହିତ ଶର୍ମା ପେସର ମହମ୍ମଦ ସିରାଜଙ୍କୁ ଚାପୁଡ଼ା ମାରୁଥିବା ଦେଖାଯାଇଛି । ଏହି ଖବର ଶୁଣିବା ପରେ ସିରାଜଙ୍କ ଫ୍ୟାନଙ୍କ ମଧ୍ୟରେ ନିରାଶା ଖେଳିଯାଇଛି । ତେବେ ଏହି ଘଟଣା ପରେ ପ୍ରଶଂସକମାନେ ବର୍ତ୍ତମାନ ଏହି ଚାପୁଡ଼ା ମାରିବାର କାରଣ ବିଷୟରେ ଜାଣିବାକୁ ଉତ୍ସୁକତାର ସହ ଚାହିଁ ରହିଛନ୍ତି ।

ଉକ୍ତ ଭାଇରାଲ୍ ଭିଡିଓରେ ରୋହିତ ସିରାଜଙ୍କ ମୁଣ୍ଡର ପଛପଟକୁ ମାରୁଥିବାର ଦେଖାଦେଇଛି । ପାଖରେ କେଏଲ ରାହୁଲ ଓ କୋଚ୍ ରାହୁଲ ଦ୍ରାବିଡ଼ ବସିଥିବା ଦେଖାଯାଉଛି । ରୋହିତ କୌତୁହଳବଶତଃ ଏପରି କରିଥିବା ଜଣାପଡ଼ିଛି । ଅଧିନାୟକଙ୍କ ଏପରି ମଜାଳିଆ ଆଚରଣ ପରେ ସିରାଜ ହସୁଥିବାର ଦେଖାଯାଇଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ବେଳେ ଏପରି ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡର ୧୬୪ ରନ୍ ଟାର୍ଗେଟକୁ ଭାରତ ୫ ୱିକେଟରେ ବିଜୟ ଲାଭ କରିଥିଲା । ରୋହିତ ୪୮ ଓ ସୂର୍ଯ୍ୟକୁମାର ଯାଦବ ୬୨ ରନ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତେବେ ଚାପୁଡ଼ା ଖବର ଶୁଣିବା ପରେ କ୍ରୀଡ଼ାପ୍ରେମୀମାନେ ହଠାତ୍ ଦୁଃଖୀ ହୋଇଯାଇଥିଲେ । ଖେଳାଳିଙ୍କ ସହିତ ମଜାଳିଆ ଆଚରଣ କରି ରୋହିତ ଖେଳୁଆଡ଼ ମନୋବୃତ୍ତିର ପରିଚୟ ଦେଇଥିବା ପରବର୍ତ୍ତୀ ସମୟରେ ଫ୍ୟାନମାନେ ହୃଦୟଙ୍ଗମ କରିପାରିଛନ୍ତି । ଗୋଟିଏ ଦଳର ଖେଳାଳିମାନେ ପରସ୍ପର ସହ ଖୁସି ମିଜାଜରେ ଓ ଶୃଙ୍ଖଳିତ ଭାବେ ରହିଲେ ଏହା ଦଳୀୟ ପ୍ରଦର୍ଶନକୁ ବଢ଼ାଇଥାଏ ବୋଲି ନବନିଯୁକ୍ତ ଅଧିନାୟକ ପରୋକ୍ଷରେ ବାର୍ତ୍ତା ଦେଇଛନ୍ତି ।

Get real time updates directly on you device, subscribe now.