fbpx

ପେଟ୍ରୋଲ ଏବଂ ଡିଜେଲକୁ ଚିହ୍ନଟ କରୁଥିବା ଷ୍ଟିକର ଲଗାଇବାକୁ ଏହି ରାଜ୍ୟର ସରକାର ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀକୁ ପୁଣିଥରେ ଅଡ୍-ଇଭେନ୍ ସ୍କିମ୍ ଫେରିବାକୁ ଯାଉଛି । ବାୟୁ ପ୍ରଦୁଷଣକୁ ଆଖି ଆଗରେ ରଖି ଏହି ଫର୍ମୁଲାକୁ ପୁଣିଥରେ ଆରମ୍ଭ କରିପାରନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ପରିବହନ ବିଭାଗକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ, ବିଭାଗ ପକ୍ଷରୁ ଗାଡ଼ି ଚାଳକ ମାନଙ୍କୁ ନିଜ ଗାଡ଼ିରେ ଇନ୍ଧନ ସୁଚିତ କଲର୍ ଷ୍ଟିକର୍ ଲଗାଇବାକୁ କୁହନ୍ତୁ ।

ପରିବହନ ବିଭାଗ ଦ୍ୱାରା ଜାରି କରାଯାଇଥିବା ନୋଟିସ୍ ରେ କୁହାଯାଇଛି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ଅନୁଯାୟୀ ଦିଲ୍ଲୀରେ ପଞ୍ଜୀକୃତ ସମସ୍ତ ଯାନରେ କ୍ରୋମିୟମ ଆଧାରିତ ହୋଲଗ୍ରାମ ଷ୍ଟିକର ଲଗାଇବା ବାଧ୍ୟତାମୂଳକ ଅଟେ।

ନିୟମ ଅନୁଯାୟୀ, ବିନା ଷ୍ଟିକରରେ ଚଳାଉଥିବା ଗାଡି ମାଲିକମାନଙ୍କୁ ଏହି ଅପରାଧ ପାଇଁ ୫,୫୦୦ ରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇପାରେ । ତେବେ ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଆମେ କେବଳ ଏହି ଷ୍ଟିକରଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରୁଛୁ ଏବଂ ନିକଟ ଭବିଷ୍ୟତରେ କୌଣସି ପ୍ରକାର ବିଶେଷ ଅଭିଯାନର ଯୋଜନା କରାଯାଇ ନାହିଁ। ଏହି ଷ୍ଟିକରଗୁଡ଼ିକ ରେଜିଷ୍ଟ୍ରେସନ୍ ନମ୍ବର, ରେଜିଷ୍ଟ୍ରେସନ୍ ଅଥରିଟି, ଏକ ଲେଜର ବ୍ରାଣ୍ଡେଡ୍ ପିନ୍ ଏବଂ ଯାନର ଇଞ୍ଜିନ୍ ଓ ଚେସିସ୍ ନମ୍ବର ଭଳି ବିବରଣୀ ମଧ୍ୟ ବହନ କରେ ।

Get real time updates directly on you device, subscribe now.