fbpx

ଆଇପିଏଲ୍‌ ଖେଳିବା ନେଇ ଚିନ୍ତା କରିବି: ଧୋନି

ଚେନ୍ନାଇ: ପୂର୍ବତନ ଭାରତୀୟ କ୍ରିକେଟ ଦଳ ଅଧିନାୟକ ତଥା ଆଇପିଏଳ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗସର କପ୍ତାନ ମହେନ୍ଦ୍ର ସିଂ ଧୋନି କହିଛନ୍ତି ଯେ ଆସନ୍ତା ବର୍ଷ କିମ୍ବା ପରବର୍ତ୍ତୀ ସମୟରେ ଆଇପିଏଲ ଖେଳିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନେଇ ନାହିଁ । ନିକଟରେ ୨୦୨୧ ଆଇପିଏଲ ସରିଛି । ଆସନ୍ତା ବର୍ଷ ଏପ୍ରିଲରେ ପୁଣି ଅନୁଷ୍ଠିତ ହେବ ୨୦୨୨ ସଂସ୍କରଣ ଆଇପିଏଲ । ତେଣୁ ଏ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ଯଥେଷ୍ଟ ସମୟ ଅଛି । ଆସନ୍ତା ବର୍ଷ ଆଇପିଏଲରେ ଆଉ ଦୁଇ ନୂଆ ଦଳ ସାମିଲ ହେବେ । ତେଣୁ ଚେନ୍ନାଇ ସୁପର କିଙ୍ଗସର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ନେଇ ବିଭିନ୍ନ ପରି କଳ୍ପନା ଚାଲିଛି । ମାତ୍ର ମୁଁ ଖେଳିବି କି ନାହିଁ କୌଣସି ଚିନ୍ତା କରି ନାହିଁ । ସମୟ ଆସିଲେ ସେ ସମ୍ପର୍କରେ ବିଚାର କରିବି ବୋଲି ଧୋନି କହିଛନ୍ତି ।

Get real time updates directly on you device, subscribe now.