fbpx

ମୃତ ଘୋଷଣା କଲେ ଡାକ୍ତର; ୭ ଘଣ୍ଟା ଶବଗୃହରେ ଫ୍ରିଜରରେ ରହିବା ପରେ ଜୀଅନ୍ତା ମିଳିଲେ ବ୍ୟକ୍ତି, ଦେଖନ୍ତୁ ଭିଡିଓ

ବରେଲୀ: ଉତ୍ତରପ୍ରଦେଶର ମୁରାଦାବାଦରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସେଠାରେ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ତାଙ୍କୁ ଶବଗୃହର ଫ୍ରିଜରେ ୭ ଘଣ୍ଟା ପର୍ଯ୍ୟନ୍ତ ରଖାଯାଇଥିଲା । କିନ୍ତୁ ୭ ଘଣ୍ଟା ଫ୍ରିଜରରେ ରଖାଯିବା ପରେ ତାଙ୍କୁ ଜୀଅନ୍ତା ପାଇବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ରିପୋର୍ଟ ମୁତାବକ, ମୁରାଦାବାଦର ନଗର ନିଗମରେ ଜଣେ ବିଦ୍ୟୁତ ବିଭାଗର କର୍ମୀ ଶ୍ରୀକେଶ କୁମାର ବାଇକ୍ ଧକ୍କା କାରଣରୁ ଗୁରୁତର ଆହତ ହୋଇଥିଲେ ଓ ତାଙ୍କୁ ଗୁରୁବାର ରାତିରେ ଜିଲ୍ଲା ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହା ପରେ କୁମାରଙ୍କୁ ଆଗାମୀ ଦିନ ପୋଷ୍ଟମର୍ଟମ କରାଯିବା ପୂର୍ବରୁ ଶବଗୃହର ଫ୍ରିଜରରେ ରଖାଯାଇଥିଲା । ପାଖାପାଖି ୭ ଘଣ୍ଟା ପରେ ଯେବେ ପୋଲିସ ପଞ୍ଚନାମା ଦାଖିଲ କରିବାକୁ ପହଞ୍ଚିଥିଲା, ସେବେ ମୃତଙ୍କ ସମ୍ପର୍କୀୟ ମଧୁବାଲା କୁମାରଙ୍କ ଶରୀରରେ ହଲଚଲ ଦେଖିବାକୁ ପାଇଥିଲେ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଆଶ୍ଚର୍ଯ୍ୟ ହୋଇଥିବା ମଧୁବାଲା କହିଛନ୍ତି ଯେ, ‘ସେ ମରି ନାହାନ୍ତି । ଏହା କିପରି ହେଉଛି । ଦେଖନ୍ତୁ ସେ କିଛି କହିବାକୁ ଚେଷ୍ଟା କରୁଛନ୍ତି ଓ ନିଶ୍ୱାସ ନେଉଛନ୍ତି ।’ ଅନ୍ୟପଟେ ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ ଶିବସିଂହ କହିଛନ୍ତି । ଏହା ସହ କୁମାରଙ୍କ ଜୀବନ ବଞ୍ଚାଇବାକୁ ମଧ୍ୟ ଚେଷ୍ଟା ଜାରି ରହିଛି । କୁମାରଙ୍କ ପରିବାର ଲୋକେ ମଧ୍ୟ ଡାକ୍ତରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.