fbpx

କୋଣାର୍କ ଉତ୍ସବକୁ ଆଉ ୭ ଦିନ, ରଙ୍ଗେଇ ହେଉଛି ମୁକ୍ତାକାଶ ରଙ୍ଗମଞ୍ଚ

କୋଣାର୍କ (ଭାସ୍କର ନ୍ୟୁଜ): ଡିସେମ୍ବର ୧ରୁ କୋଣାର୍କ ଉତ୍ସବ ଓ ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ । ଚଳିତ ବର୍ଷ କରୋନା କଟକଣାରେ କୋଣାର୍କ ଉତ୍ସବ ଆୟୋଜିତ ହେଉଛି । ଆଉ ୭ଦିନ ପରେ ଆରମ୍ଭ ହେବ କୋଣାର୍କ ଉତ୍ସବ । ଏଥି ନିମନ୍ତେ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ଚାଲିଛି । ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ,ସଂଗୀତ ଓ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନୀ ଅନୁଷ୍ଠିତ ହେବ । ମୁକ୍ତାକାଶ ରଙ୍ଗମଞ୍ଚକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଗ୍ରୀନ ରୁମ୍ ମରାମତି,ପାଚେରୀ ରଙ୍ଗ,ଶବ୍ଦ ଓ ଆଲୋକ ବ୍ୟବସ୍ତା,ଦର୍ଶକ ଗ୍ୟାଲେରୀ ସାଜସଜା,ଯାତ୍ରୀନିବାସର ସମସ୍ତ ରୁମ୍ ମରାମତି କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି । ରଙ୍ଗମଞ୍ଚ ପରିସରରେ ବଡ ବଡ ଗଛରେ ଚାନ୍ଦୁଆ ଶୋଭା ବଢାଉଛି । ରଙ୍ଗମଞ୍ଚରେ ପ୍ରତି ସଂଧ୍ୟାରେ ଖ୍ୟାତନାମା ନୃତ୍ୟଶିଳ୍ପୀ ପରିବେଷଣ କରିବେ ଓଡିଶୀ, ସତ୍ରୀୟା, ଭାରତନାଟ୍ୟମ, କଥକ, କୁଚି ପୁଡି,ମୋହିନୀଆଟମ ନୃତ୍ୟ ପରିବେଶଣ ହେବ ।

କୋଭିଡ ଗାଇଡଲାଇନ ଅନୁଯାୟୀ ଗ୍ୟାଲେରୀରେ ୩ଫୁଟ ବ୍ୟବଧାନରେ ଦର୍ଶକଙ୍କୁ ଅନୁମତି ମିଳିବ । ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ସୋସିଆଲ ମିଡିଆ ଓ ଦୂରଦର୍ଶନରେ ନୃତ୍ୟ ଓ ସଂଗୀତର ସିଧା ପ୍ରସାରଣ କରାଯିବ । ରଙ୍ଗମଞ୍ଚ ଭିତରକୁ ଟିକେଟ ମୂଲ୍ୟ ରହିଛି ଗ୍ୟାଲେରୀ ୧୦୦ଟଙ୍କା ଓ ୨୦ଟଙ୍କା । ସ୍ୱତନ୍ତ୍ର ପ୍ୟାକେଜ ଟୁରର ବ୍ୟବସ୍ଥା ହୋଇଥିବା ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥର କରୋନା କଟକଣା ଯୋଗୁଁ ମୀନାବଜାର ଓ ଅପେରା ବାତିଲ କରାଯାଇଛି । ଏଥି ସହିତ ବିଭିନ୍ନ ସଂଗଠନ ପକ୍ଷରୁ ଚନ୍ଦ୍ରଭାଗାରୁ ରାମଚଣ୍ଡି ବେଳାଭୂମି ପଦଯାତ୍ରା,ମିନି ସାଇକ୍ଲୋଥନ, ସାହିତ୍ୟ ଆସର,ଗଣଦୗଡ,ପୁସ୍ତକ ମେଳା ଆଦି କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.