ସାପରେ ସଜା ଯାଇଥିଲା କ୍ରୀଷ୍ଟମାସ ଟ୍ରି; ଭିଡିଓ ଦେଖିଲେ ଆପଣ ମଧ୍ୟ ଶିହରି ଯିବେ

ସମସ୍ତେ କ୍ରୀଷ୍ଟମାସକୁ ଅତି ଉତ୍ସାହର ସହ ଅପେକ୍ଷା କରିଥାନ୍ତି । ଏଥିପାଇଁ ଡିସେମ୍ବର ମାସ ଆରମ୍ଭ ହେବା ମାତ୍ରେ କ୍ରୀଷ୍ଟମାସର ପ୍ରସ୍ତୁତି ପାଇଁ ଲାଗିପଡନ୍ତି ସମେସ୍ତ । ଅଫିସ ଠାରୁ ଘର ପର୍ଯ୍ୟନ୍ତ ସବୁଠି ରଙ୍ଗୀନ ଆଲୋକମାଳାରେ ସାଜସଜ୍ଜା ହୋଇଥାଏ । ଏପରିକି କ୍ରୀଷ୍ଟମାସ ଟ୍ରିରେ ଉଜ୍ଜ୍ୱଳ ରଙ୍ଗର କାଗଜ ରିବନ, ରଙ୍ଗୀନ ଆଲୋକ, ମହମବତୀ ଖଞ୍ଜାଯାଇ ଅତି ଆକର୍ଷଣୀୟ କରାଯାଇଥାଏ ।

କିନ୍ତୁ କେବେ କ୍ରୀଷ୍ଟମାସ ଟ୍ରି ରେ ଅସଲି ସାପ ସଜା ହୋଇଥିବାର ଶୁଣିଛନ୍ତି କି? ଏଭଳି ଖବର ଅଷ୍ଟ୍ରେଲିିଆରୁ ସାମ୍ନାକୁ ଆସିଛି । କ୍ରୀଷ୍ଟମାସ ଟ୍ରିରେ ଅତି ଚମକ୍ରାର ଭାବେ ସଂଲଗ୍ନ ହୋଇଥିବା ବିଷାକ୍ତ ସାପ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସମସ୍ତେ । ଏହି ଖବର ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ।

ସୂଚନା ଅନୁଯାୟୀ ଏଡିଲେଡର ଗଲ୍ଫ୍ୟୁରେ ରହୁଥିବା ଏକ ପରିବାର କ୍ରୀଷ୍ଟମାସ ଟ୍ରି ମଗାଇଥିଲେ ତେବେ ସେହି ଟ୍ରିରେ ସେମାନେ ଏକ ବିଷାକ୍ତ ସାପ ସଜାଯାଇଥିବାର ଦେଖିବାକୁ ପାଇଥିଲେ । ପ୍ରଥମେ ସେମାନେ ଏହାକୁ କ୍ରୀଷ୍ଟମାସ ଟ୍ରି ସଜାଯିବାର କୌଣସି ସମାଗ୍ରୀ ବୋଲି ଭାବିଥିଲେ । ଏହା ତାଙ୍କୁ ଟ୍ରି ଉପରେ ଲେସ ଗୁଡାଯାଇଥିବା ଭଳି ମନେ ହେଉଥିଲା । କିନ୍ତୁ ଯେତେବେଳେ ଏହି ପରିବାର ଏହା ଲେସ ନୁହେଁ ବରଂ ଏକ ବାଦାମୀ ରଙ୍ଗର ସାପ ଗୁଡାଯାଇଛି ବୋଲି ଜାଣିଥିଲେ ସେତେବେଳେ ସମସ୍ତେ ଆଚମ୍ବିତ ହୋଇଯାଇଥିଲେ । କାରଣ କିଛି ସମୟ ପରେ ଏକ ଶବ୍ଦ ଶୁଣିବାକୁ ପାଇଥିଲେ ପରିବାର ଲୋକ । ଏହି ଶବ୍ଦ କେଉଁଠୁ ଆସୁଛି ବୋଲି ଯେତେବେଳେ ସେମାନେ ଜାଣିବାକୁ ଚେଷ୍ଟା କରିଥିଲେ ଏବଂ ସେମାନଙ୍କୁ ସତ କଥା ଜଣାପଡ଼ିଥିଲା ।

ସାପଟି ରଙ୍ଗୀନ ଟେପ୍ ସହିତ ଗଛରେ ଗୁଡ଼ାଇ ହୋଇଯାଇଥିଲା । ଏହା ପରେ ପରିବାର ଲୋକ ସ୍ନେକ କ୍ୟାଚରଙ୍କୁ ଡକାଇ ଏହାକୁ ହଟାଇଥିଲେ ।

Get real time updates directly on you device, subscribe now.