fbpx

ଗୋଟେ ବାଇକରେ ୫ ଜଣ ବସିବା ହେଲା କାଳ, ଦୁର୍ଘଟଣାରେ ଚାଲିଗଲା ସମସ୍ତଙ୍କ ଜୀବନ

ପ୍ରତାପଗଡ଼: ଗୋଟିଏ ବାଇକରେ ପରିବାରର ୫ ଜଣ ସଦସ୍ୟ ବସିଯାଉଥିଲେ । ଏକ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏହିଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ପ୍ରତାପଗଡ଼ ଠାରେ । ଏହି ୫ଜଣ ଗୋଟିଏ ବିବାହ ସମାରୋହରୁ ଘରକୁ ଫେରୁଥିବା ବେଳେ ଭୀଷଣ ସଡ଼କ ଦୁର୍ଘଟଣାରେ ସମସ୍ତେ ଆଖି ବୁଜିଛନ୍ତି । କୌଣସି ଏକ ଅଜ୍ଞାତ ଯାନର ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି ।

ମିଳିଥିବା ସୂଚନା ଅନୁସାରେ, ପ୍ରତାପଗଡ଼ର ନୱାବଗଞ୍ଜର ବୁଦୈନା ଗାଁ ରେ ରହୁଥିବା ରାମସରନ ପାଲ(୬୦ ବର୍ଷ), ତାଙ୍କର ଦୁଇ ପୁଅ, ନାତି ଓ ଅନ୍ୟ ଜଣେ ସମ୍ପର୍କୀୟ ଗୋଟିଏ ବାଇକରେ ବସି ବିବାହ କାର୍ଯ୍ୟକ୍ରମରୁ ଫେରୁଥିଲେ । ଏହି ସମୟରେ ଏକ ଅଜ୍ଞାତ ଗାଡ଼ି ଆସି ଧକ୍କା ଦେଇଥିଲା । ଯାହାଫଳରେ ସେଠାରେ ସମସ୍ତଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ମାହୋଲ ରହିଛି ।

ଘଟଣାର ସୂଚନା ପାଇ ପୋଲିସ୍ ପହଞ୍ଚିଥିଲା ଓ ୫ଜଣ ମୃତଦେହକୁ ପୋଷ୍ଟମଟମ୍ ପାଇଁ ପଠାଇଥିଲା । ତେବେ ଲୋକମାନେ ଗୋଟିଏ ଏବେ ଗୋଟିଏ ବାଇକ୍ ରେ ୫ଜଣ ଯିବା କଥାକୁ ନେଇ ଆଲୋଚନା ଜାରି ରଖିଛନ୍ତି । ଯଦି ଗୋଟିଏ ବାଇକରେ ଏତେ ଲୋକ ଯାଇନଥାନ୍ତେ ତାହେଲେ ଏହି ଦୁର୍ଘଟଣା ହୋଇନଥାନ୍ତା । ପୋଲିସ୍ ବର୍ତ୍ତମାନ ଧକ୍କା ଦେଇଥିବା ଗାଡ଼ି ଓ ଡ୍ରାଇଭର୍ ର ସନ୍ଧାନରେ ଅଛି ।

Get real time updates directly on you device, subscribe now.