fbpx

ଦରମା ମାତ୍ର ୬୫୦୦, ସେଥିରେ ସଂସାର କେମିତି ଚଳିବ: କନିଷ୍ଠ ଶିକ୍ଷକଙ୍କ ଭାଇରାଲ ବୟାନ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ଦରମା ବୃଦ୍ଧି ଏବଂ ସ୍ଥାୟୀ ନିଯୁକ୍ତି ସହ ଅନ୍ୟାନ୍ୟ ଦାବି ନେଇ ରାସ୍ତାକୁ ଓହ୍ଲାଇଛି ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ । ସୋମବାର ଲୋୟର ପିଏମଜି ଠାରେ ହାଜର ହଜାର ସଂଖ୍ୟାରେ ଏକାଠି ହୋଇ କନିଷ୍ଠ ଶିକ୍ଷକ ମାନେ ସେମାନଙ୍କର ଦାବି ଜଣାଇଥିଲେ ।

କଣ୍ଟ୍ରାକ୍ଟ ଶିକ୍ଷକ ଭାବରେ ସରକାର ମାସକୁ କେବଳ ୬୫୧୨ ଟଙ୍କା ଦେଉଛନ୍ତି ଏବଂ ଦରମା ବୃଦ୍ଧି କରୁନାହିଁନ୍ତି । ସେପଟେ ଦିନକୁ ଦିନ ଦରଦାମ ବୃଦ୍ଧି ହୋଇଚାଲିଛି ଏପରି ସ୍ଥିତିରେ କେମିତି ପରିବାର ଚଳିବ ବୋଲି ପ୍ରଶ୍ନ କରିଛି ସଂଘ । ଆଲୋଚନା ନାଁରେ ରାଜ୍ୟ ସରକାର ଭଆଁ ବୁଲାଉଥବା ବୋଲି କହିଛି ସଂଘ ।

ତେବେ ଇନିସିଆଲ ଆପଏଣ୍ଟି ଭାବରେ ନିଯୁକ୍ତି କରିବା, ସର୍ବନିମ୍ନ ୧୬ ହଜାର ଟଙ୍କା ଦରମା, ଓଡ଼ିଶା ବର୍ଗ-ଗ ୨୦୧୩ ଚୁକ୍ତିନାମା ନିୟମରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛି ସଂଘ ଏବଂ ଯେପର୍ଯ୍ୟନ୍ତ ଦାବି ପୂରଣ ନହେବ ସେ ପର୍ଯ୍ୟନ୍ତ ଧାରଣାରେ ବସିରହିବେ ବୋଲି ଚେତାବନୀ ଦେଇଛି ସଂଙ୍ଘ ।

Get real time updates directly on you device, subscribe now.