ବାପାଙ୍କ ପାଇଁ ମୁଁ ଓ ସୁମିତ ଏକାଠି ହୋଇ ପାରୁନୁ: ଜାଣନ୍ତୁ କାହିଁକି ଏମିତି କହିଲେ ତପସ୍ୱିନୀ [VIDEO]

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶ୍ୱଶୁର ଘର ସାମ୍ନାରେ ନ୍ୟାୟ ପାଇଁ ଆନ୍ଦୋଳନର ନବମ ଦିନରେ ତପସ୍ୱିନୀ ଦାସ । ତପସ୍ୱିନୀ ନିଜ ସ୍ୱାମୀଙ୍କ ଠାରୁ ଅଲଗା ହେବାର କାରଣ ନିଜର ଶ୍ୱଶୁରଙ୍କୁ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ, ସୁମିତ ମୋ ସହିତ ରହିବାକୁ ଚାହୁଁଛନ୍ତି ମାତ୍ର ମୋ ଶ୍ୱଶୁର ଏହା ହେବାକୁ ଦେଉନାହାନ୍ତି । ଶ୍ୱଶୁର ଏହି ସ୍ୱାମୀ-ସ୍ତ୍ରୀ କାହାଣୀର ଖଳନାୟକ ସାଜିଛନ୍ତି ।

ସୁମିତ ଓ ତାଙ୍କର କାଉନସେଲିଂ କରାଗଲେ ସବୁ ସମସ୍ୟାର ସମାଧାନ ହୋଇ ପାରିବ ବୋଲି କହିଛନ୍ତି ତପସ୍ୱିନୀ । ତେବେ ସେ ଶ୍ୱଶୁରଙ୍କୁ ଯଥେଷ୍ଟ ସମ୍ମାନ ଦେଉଥିବା ବେଳେ ସେ କାହିଁକି ଏପରି ମନୋଭାବ ପୋଷଣ କରୁଛନ୍ତି ତାହା ବୁଝାପଡୁନାହିଁ । ତିନୋଟି ଡେଟ ପରେ ମଧ୍ୟ କୋର୍ଟ ଏହି ମାମଲାରେ ରାୟ ପ୍ରଦାନ କରୁନାହାନ୍ତି । କୋର୍ଟ ଯଦି ଉଭୟଙ୍କୁ ସାଥୀରେ ରହିବାକୁ ଅନୁମତି ଦିଅନ୍ତି ତାହେଲେ ସମସ୍ତ ସମସ୍ୟା ଦୂର ହୋଇଯାଆନ୍ତା ବୋଲି କହିଛନ୍ତି ତପସ୍ୱିନୀ । ସେହିପରି ଏହି ମାମଲାରେ ଆରମ୍ଭରୁ ତାଙ୍କର ସାଥ ଦେଇଥିବାରୁ ପ୍ରମିଳାଙ୍କୁ ଧନ୍ୟବାଦ ଜଣାଇଛନ୍ତି ତପସ୍ୱିନୀ । ଦେଖନ୍ତୁ ଭିଡିଓ..