fbpx

ବଲିଉଡରେ ବିବାହ ଋତୁ: ବାହା ହେବେ ନାଗିନ୍ ମୌନୀ ରୟ

ମୁମ୍ବାଇ: ଚର୍ଚ୍ଚାର ହେଲା ଦ ଏଣ୍ଡ ଆଉ ଫାଇନାଲ ହେଲା ବାହାଘର ତାରିଖ । ଖୁବ ଶୀଘ୍ର ହାତକୁ ଦିହାତ ହେବେ ଆଉ ବିବାହ ବନ୍ଧନରେ ବାନ୍ଧି ହେବେ ଅଭିନେତ୍ରୀ ମୌନୀ ରୟ । ଅନେକ ଥର ଚର୍ଚ୍ଚାରେ ରହିଥିବା ଏ ଅଭିନେତ୍ରୀ ଏବେ ବିବାହ କରିବାକୁ ଯାଉଛନ୍ତି । ପୂର୍ବରୁ ମୌନୀ ଓ ମନ୍ଦିରା ବେଦୀଙ୍କ ଭିତରେ ସମଲିଙ୍ଗୀ ସମ୍ପର୍କ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ସେ ତାଙ୍କ ପ୍ରେମିକ ସରୋଜ ନାମ୍ବିଆରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ତାଙ୍କ ଭଉଣୀ ପ୍ରକାଶ କରିଛନ୍ତି।

ବଲିଉଡ ଓ ଟିଭିର ଅନେକ ଲଭବାର୍ଡ ଶେଷରେ ନିଜ ସମ୍ପର୍କକୁ ଏକ ନୂଆ ନାଁ ଦେବାକୁ ପ୍ରସ୍ତୁତ ହେଉଛନ୍ତି। ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ପରେ, କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବାହାଘର ଖବର ଆସିଥିଲା । ପଛକୁ ପଛ ଅଙ୍କିତା ଲୋଖଣ୍ଡେ ଏବଂ ଭିକି ଜୈନଙ୍କ ବିବାହ ଖବର ବି ଶୀଘ୍ର ଆସିବାକୁ ଯାଉଛି। ଆଉ ୟାରି ଭିତରେ ଏବେ ମୌନି ରୟଙ୍କ ନା ବି ଏବେ ଏ ତାଲିକାରେ ଯୋଡ଼ି ହୋଇଛି । ମୌନି ରୟ ତାଙ୍କ ପ୍ରେମିକ ସରୋଜ ନାମ୍ବିଆରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ତେବେ ମୌନି ରୟ ଓ ସୋରଜ ନାମ୍ବିଆର ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରୁଛନ୍ତି। ପୂର୍ବରୁ ମୌନିଙ୍କୁ ନେଇ ଅନେକ ଆଲୋଚନା ବି ଚାଲିଥିଲା । କିନ୍ତୁ ଏକ ସାକ୍ଷାତକାରରେ ଅଭିନେତ୍ରୀଙ୍କ ସମ୍ପର୍କୀୟ ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ମୌନି ଓ ସରୋଜ ଏକ ଗନ୍ତବ୍ୟ ସ୍ଥଳରେ ବିବାହ କରିବାକୁ ଯାଉଛନ୍ତି। ଆସନ୍ତା ଜାନୁଆରୀ ୨୭ ରେ ବିବାହ ହେବ ଏବଂ ଏହି ବିବାହ ଦୁବାଇ କିମ୍ବା ଇଟାଲୀରେ ହେବ । ୟା ପରେ ସେମାନେ ପଶ୍ଚିମବଙ୍ଗର କୋଚ୍ ବେହେରା ଜିଲ୍ଲାରେ ଏକ ରିସେପ୍ସନ୍ କରିବେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.