fbpx

ବାତ୍ୟା ପୂର୍ବରୁ ସତର୍କ କରାଇଲେ ଏସଆରସି: ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଣ୍ଡାମାନ ସାଗରରେ ସୃଷ୍ଟିହୋଇଥିବା ଲଘୁଚାପ ଧୀରେ ଧୀରେ ବାତ୍ୟାର ରୂପ ନେବାରେ ଲାଗିଛି । ଏହା ପୂର୍ବରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ବାଣୀ ଶୁଣାଇଛନ୍ତି ଏସଆରସି ପ୍ରଦୀପ ଜେନା । ବାତ୍ୟା ପୂର୍ବର ପରସ୍ଥିତି ଉପରେ କଡା ନଜର ରଖିବା ପାଇଁ ଏସଆରସି ଜିଲ୍ଲାପାଳଙ୍କୁ କହିଛନ୍ତି । ଅରେଞ୍ଜ ଏବଂ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡିକରେ ଏହି ସମୟରେ ଯେପରି ବନ୍ୟା, ଜଳବନ୍ଦୀ ଓ ଭୂସ୍ଖଳନ ସ୍ଥିତି ନ ଉପୁଜେ ତା ଉପରେ ଧ୍ୟାନ ଦେବାକୁ କହିଛନ୍ତି ଏସଆରସି ।

ମତ୍ସ୍ୟଜୀବୀଙ୍କ ପାଇଁ କରାଯାଇଥିବା ନିୟମକୁ କଡାକଡି ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ୩ରୁ ୫ ମଧ୍ୟରେ ପ୍ରବଳ ବର୍ଷା ଆକଳନ କରାଯାଇଛି । ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରକୁ ୩ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୪ ତାରିଖ ପାଇଁ ୧୧ଟି ଜିଲ୍ଲାକୁ ବର୍ଷା ଆଶଙ୍କା ରହିଥିବା ବେଳେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବାତ୍ୟା ସମୟରେ ଉପକୂଳ ଅଞ୍ଚଳରେ ପବନର ବେଗ ୯୦ କିମି ପର୍ଯ୍ୟନ୍ତ ବଢିପାରେ । ତେଣୁ ସତର୍କ ରହିବା ପାଇଁ କହିଛନ୍ତି ଏସଆରସି ।

Get real time updates directly on you device, subscribe now.