fbpx

ଚାକିରି ଖୋଜିବା ହେବ ଆହୁରି ସହଜ: ହିନ୍ଦିରେ ଉପଲବ୍ଧ ହେଲା Linkedin

ନୂଆଦିଲ୍ଲୀ: ପ୍ରଫେସନାଲ ଜବ ସର୍ଚ୍ଚ ଆପ୍ ଲିଙ୍କଡଇନ୍ ପକ୍ଷରୁ ଏକ ନୂଆ ବିକଳ୍ପ ପ୍ରଚଳନ କରାଯାଇଛି । ଭାରତୀୟ କ୍ଷେତ୍ରୀୟ ଭାଷା ଭାବରେ ହିନ୍ଦିକୁ ଲିଙ୍କଡ ଇନରେ ସାମିଲ କରାଯାଇଛି । ଏହା ଫଳରେ ବର୍ତ୍ତମାନ ଚାକିରି ଖୋଜିବା ଆହୁରି ସୁଗମ ହେବ ବୋଲି କୁହାଯାଉଛି । ଗୁରୁବାର ଠାରୁ ଲିଙ୍କଡ ଇନର ଫେଜ-୧ ଆରମ୍ଭ ହୋଇ ଯାଇଛି । ଏହି ସୁବିଧା ଆରମ୍ଭ ହେବା ସହିତ ଏଣିକି ହିନ୍ଦି ଭାଷାରେ ମଧ୍ୟ ଯେକୌଣସି ଚାକିରି ଖୋଜି ହେବ । ଆପଣଙ୍କ ଡେସ୍କଟପ୍, ଆଣ୍ଡ୍ରଏଡ ଏବଂ ଆଇଓଏସରେ ଏହି ସୁବିଧା ଉପଲବ୍ଧ ହେବ । ତେବେ ବର୍ତ୍ତମାନ ପାଇଁ ଏହି ସୁବିଧା କେବଳ ଡେସ୍କଟପ୍ ଓ ଆଣ୍ଡ୍ରଏଡରେ ପ୍ରଦାନ କରାଯାଉଛି ।

ଲିଙ୍କଡ ଇନ୍ ଇଣ୍ଡିଆର କଣ୍ଟ୍ରି ମ୍ୟାନେଜର ଆଶୁତୋଷ ଗୁପ୍ତା ଏହାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି । ମହାମାରୀ ସମୟରେ ଲୋକଙ୍କୁ ପରସ୍ପର ସହିତ ଯୋଡି ରଖିବାରେ ଲିଙ୍କଡ ଇନ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ହିନ୍ଦିରେ ଲଞ୍ଚ କରାଯିବା ସହିତ କଣ୍ଟେଣ୍ଟ, ଚାକିରି ଏବଂ ନେଟୱାର୍କିଂର ଯେମିତି ଅଧିକ ଫାଇଦା ଉଠାଇ ହେବ କମ୍ପାନୀ ତା ଉପରେ ଗୁରୁତ୍ୱ ଦେଉଛି ବୋଲି ଗୁପ୍ତା କହିଛନ୍ତି । ବିଗତ ବର୍ଷରେ ଲିଙ୍କଡଇନରେ ମେମ୍ବରଶିପ୍ ମଧ୍ୟ ବୃଦ୍ଧି ପାଇଛି । ଅଧିକ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଗୁପ୍ତା । ମୋବାଇଲ ଆପର ସେଟିଙ୍ଗରେ ଯାଇ ନିଜ ଭାଷାକୁ ହିନ୍ଦି ବୋଲି ଚୟନ କରିବାକୁ ପଡିବ । ଅନ୍ୟ ପକ୍ଷରେ ଡେସ୍କଟପରେ ମି ଆଇକନ ଉପରେ କ୍ଲିକ୍ କରି ସେଟିଙ୍ଗସ ଓ ପ୍ରାଇଭେସୀରେ ଆପଣ ଏହାକୁ ବଦଳେଇ ପାରିବେ ।

Get real time updates directly on you device, subscribe now.