fbpx

ଦେଶରେ ଚିହ୍ନଟ ହୋଇଥିବା ପ୍ରଥମ ଓମିକ୍ରନ୍ ରୋଗୀଙ୍କ ଠାରେ ଦେଖାଦେଲା ଏହି ସବୁ ଲକ୍ଷଣ, ଆପଣ ବି ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: କରୋନାର ନୁତନ ପ୍ରଜାତି ଓମିକ୍ରନ୍ ସାରା ବିଶ୍ୱକୁ କାବୁ କରିବାରେ ଲାଗିଲାଣି । ଏହାରି ମଧ୍ୟ୍ରରେ ୩୦ଟି ରାଷ୍ଟ୍ରରେ ଏହି ଭାରିଆଣ୍ଟ ବ୍ୟାପିସାରିଲାଣି । ତେବେ ଏହି କ୍ରମରେ ଭାରତରେ ମଧ୍ୟ ଦୁଇଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଏହାକୁ ନେଇ ଭୟ କରନ୍ତୁ ନାହିଁ ପରାମର୍ଶ ଦେଇଛନ୍ତି । ଏହି ଦୁଇଜଣ ସଂକ୍ରମିତଙ୍କୁ ବର୍ତ୍ତମାନ ଆଇସୋଲେସନ୍ ରେ ରଖାଯାଇଛି ।

କର୍ଣ୍ଣାଟକର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଏବେ ଏହା କୁହାଯାଇପାରିବ ନାହିଁ ଯେ, ଓମିକ୍ରନ୍ କିପରି ବ୍ୟାପୁଛି । ଏଥିରେ ସେପରି କୌଣସି ବିଶେଷ ଲକ୍ଷଣ ଦେଖିବାକୁ ମିଳିନାହିଁ । ଡେଲଟା ଭାରିଆଣ୍ଟରେ ଯେପରି ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଅନୁଭବ ହେଉଥିଲା ସେପରି କିଛି ଲକ୍ଷଣ ଦେଖିବାକୁ ମିଳିନାହିଁ । ଓମିକ୍ରନ୍ ରେ ଖୁବ୍ ସାମନ୍ୟ ଲକ୍ଷଣ ଦେଖା ଦେଉଛି । ତେବେ କର୍ଣ୍ଣାଟକରେ ଚିହ୍ନଟ ହୋଇଥିବା ଦୁଇଜଣ ଙ୍କ ମଧ୍ୟରୁ ଜଣଙ୍କର କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନାହିଁ । ତେଣୁ ମାମଲା ଆଗକୁ ବଢ଼ିପାରେ ବୋଲି ଆଶଙ୍କା ପ୍ରକାଶ କରାଯାଉଛି । ଡେଲଟା ତୁଳନାରେ ଏହାର କୌଣସି ଗମ୍ଭୀର ଲକ୍ଷଣ ଦେଖାଯାଇନାହିଁ ।

ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ବିଶେଷଜ୍ଞ ମାନେ ମଧ୍ୟ କହିଛନ୍ତି ଯେ, ନୂତନ ଭାରିଆଣ୍ଟ ଓମିକ୍ରନ୍ ର ଚିକିତ୍ସା ଘରେ ରଖାଯାଇ ମଧ୍ୟ କରାଯାଇପାରୁଛି । କିନ୍ତୁ ଏହା ଦ୍ରୁତ ଗତିରେ ବ୍ୟାପୁଛି । ଏଥିରେ ସାମାନ୍ୟ ଜ୍ୱର, ଥଣ୍ଡା ଭଳି ଲକ୍ଷଣ ଦେଖାଦେଇଛି ।

Get real time updates directly on you device, subscribe now.