fbpx

ଅଧାରୁ ବନ୍ଦ ହେଲା କୋଣାର୍କ ଉତ୍ସବ, ଜାଣନ୍ତୁ କାହିଁକି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅଧାରୁ ବନ୍ଦ ହୋଇଛି । ବାତ୍ୟା ଜୱାଦକୁ ଦୃଷ୍ଟିରେ ରଖି ଉଭୟ ଉତ୍ସବକୁ ଆଜିଠାରୁ ବନ୍ଦ କରିଦିଆଯାଇଛି । ଉତ୍ସବ ବନ୍ଦ ରଖିବା ଲାଗି ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେଇଛି । ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିବା ଉତ୍ସବ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା ।

ତେବେ ଜୱାଦର ପ୍ରକୋପ ଗୁଲାବଠାରୁ ଟିକେ ଅଧିକ ଓ ତିତଲିଠାରୁ କମ୍ ରହିବ । ୪ ତାରିଖ ସନ୍ଧ୍ୟାରୁ ୫ ତାରିଖ ସକାଳ ଯାଏଁ ପବନର ପ୍ରଭାବ ରହିବ । ପବନର ବେଗ ୮୦ରୁ ୯୦ କିମି ରହିବ । ପବନର ବେଗୁ ୮୦ରୁ ୧୦୦ କିମି ପର୍ଯ୍ୟନ୍ତ ବଢ଼ିପାରେ । ବାତ୍ୟା ଜୱାଦ ଏବେ ବିଶାଖାପାଟଣାରୁ ୪୨୦ କିମି ଦୂରରେ ରହିଛି । କାଲି ସନ୍ଧ୍ୟାରେ ଦିଗ ପରିବର୍ତ୍ତନ କରିବ ବାତ୍ୟା ‘ଦୱାଦ’ । ୫ ତାରିଖ ଅପରାହ୍ନରେ ପୁରୀରେ ସ୍ଥଳଭାଗ ଛୁଇଁବ ବାତ୍ୟା । ଉପକୂଳ ଓଡ଼ିଶାରେ ବର୍ଷା ସହ ପବନର ବେଗ ବଢ଼ିବ । ଆଜି ମଧ୍ୟରାତ୍ରୀରୁ ପବନର ବେଗ ବଢ଼ିବ । କାଲିଠୁ ବର୍ଷା ବଢ଼ିବ ଓ ୬ ତାରିଖରେ କମିବ । ସମୁଦ୍ରରେ ନିୟମିତ ଜୁଆରଠାରୁ ଅଧିକ ୧ ମିଟର ଜୁଆର ଉଠିପାରେ । ଅମାବାସ୍ୟା ଥିବାରୁ ବାତ୍ୟା ବେଳେ ସମୁଦ୍ରରେ ଜୁଆର ଆସିବ । ନିୟମିତ ପ୍ରାୟ ୪ ମିଟର ଯାଏଁ ଜୁଆର ଆସିଥାଏ, କିନ୍ତୁ ସେହି ସମୟରେ ଆଉ ୧ ମିଟର ବଢ଼ିବ । ପ୍ରାୟ ୫ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ସମ୍ଭାବନା ରହିଛି ବୋଲି ଆଇଏମଡିର ଡିଜି କହିଛନ୍ତି ।

Get real time updates directly on you device, subscribe now.