ଆରମ୍ଭ ହେଲା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର, ଲାଭନ୍ୟୁତ ହେବେ ଦିବ୍ୟାଙ୍ଗ

ଆଜି ସାରା ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ କରୁଛି । ଏହି ଦିବସ ଉପଲକ୍ଷେ କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହୋଇଛି ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ଜିଲ୍ଲା ଖଣିଜ ପାଣ୍ଠି ସହଯୋଗରେ ରାଙ୍କି ଠାରେ ଆରମ୍ଭ ହୋଇଛି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର । ଏହି କେନ୍ଦ୍ରର ଶିଳାନ୍ୟାସ ଗତ ଅଠର ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ । ଆଜି ଏହି କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଜିଲ୍ଲାପାଳ ଆଶିଷ ଠାକରେ ଉଦଘାଟନ କରିଛନ୍ତି ।

ଭିନ୍ନକ୍ଷମ ଦିବସ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏହି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା ବେଳେ ଦଶରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗଙ୍କୁ ଅଟୋମେଟିକ ହୁଇଲ ଚେୟାର, ନୂତନ ବିବାହ କରିଥିବା ଦିବ୍ୟାଙ୍ଗଙ୍କୁ ଆର୍ଥିକ ସହାୟତା ଆଦି ପ୍ରଦାନ କରାଯାଇଥିଲା । ଏହି କେନ୍ଦ୍ରରେ ସମସ୍ତ ଦିବ୍ୟାଙ୍ଗଙ୍କ ନୂତନ ଅଙ୍ଗ ରୋପଣ ର ବ୍ୟବସ୍ଥା କରାଯାଇଛି । ଏହା ସହ ଦିବ୍ୟାଙ୍ଗଙ୍କ ଫିଜିଓଥେରାପି ହେବା ସହ ରହଣି ବ୍ୟବସ୍ଥା କରାଯାଇଛି । ଏହି କେନ୍ଦ୍ର କେନ୍ଦୁଝର ଜିଲ୍ଲା ସହ ନିକଟସ୍ଥ ସମସ୍ତ ଜିଲ୍ଲାର ଦିବ୍ୟାଙ୍ଗ ପାଇଁ ସେବା ଯୋଗାଇ ଦେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.