fbpx

ଏହି ସହରରେ ଟିକା ନେଇ ପାଆନ୍ତୁ ଟିଭି, ଫ୍ରିଜ୍, ୱାସିଂ ମେସିନ୍; ୨୭ ଡିସେମ୍ବରରେ ବାହାରିବ ଲକି ଡ୍ର’

ହିଙ୍ଗୋଲି : କରୋନାର ନୂଆ ଭାରିଆଣ୍ଟର ଏଣ୍ଟ୍ରି ପରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ଟିକାକରଣ ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ଯୋଜନା ଆରମ୍ଭ କରିଛି ମହାରାଷ୍ଟ୍ରର ହିଙ୍ଗୋଲି ମ୍ୟୁନିସିପାଲିଟି ପରିଷଦ, ଯେଉଁଥିରେ ଟିକା ଲଗାଉଥିବା ଲୋକଙ୍କୁ ଏଲଇଡି ଟିଭି, ଫ୍ରିଜ ଓ ୱାସିଂ ମେସିନ୍ ଭଳି ପୁରସ୍କାର ଜିତିବାର ସୁଯୋଗ ଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି ।

ଲୋକଙ୍କୁ ଟିକାକରଣ ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟର ଚନ୍ଦ୍ରପୁର ମ୍ୟୁନିସିପାଲିଟି ୟୁନିଟ୍ ମଧ୍ୟ ଚଳିତ ମାସ ଆରମ୍ଭରେ ଏଭଳି ପଦକ୍ଷେପ ଗ୍ରହଣ କରିଥଲା । ଜଣେ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ହିଙ୍ଗୋଲି ଜିଲ୍ଲାରେ ୭୩ ପ୍ରତିଶତ ଲୋକେ ଟିକାକରଣ ପ୍ରଥମ ଡୋଜ ଓ ୫୬ ପ୍ରତିଶତ ଲୋକେ ଉଭୟ ଡୋଜ ନେଇଛନ୍ତି ।

ମ୍ୟୁନିସିପାଲିଟି ପରିଷଦରେ କୋଭିଡ ଡ୍ୟୁଟିରେ ଥିବା ଅଧିକାରୀ ପଣ୍ଡିତ ମାସକେ କହିଛନ୍ତି ଯେ, ୨ ଡିସେମ୍ବରରୁ ୨୪ ଡିସେମ୍ବର ମଧ୍ୟରେ ଟିକା ନେଇଥିବା ଲୋକଙ୍କ ପାଇଁ ନଗର ପରିଷଦର ମୁଖ୍ୟ ଅଧିକାରୀ ଡ. ଅଜୟ କୁରୱାଡେ ଡିସେମ୍ବର ୨୭ ରେ ଲକି ଡ୍ର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ପ୍ରଥମ ପୁରସ୍କାର ବିଜେତାଙ୍କୁ ଏଲଇଡି ଟିଭି ଦିଆଯିବ । ଏହା ପରେ ୱାଶିଂ ମେସିନ୍, ଫ୍ରିଜ, ମିକ୍ସର୍ ଗ୍ରାଇଣ୍ଡର୍ ଓ ଅନ୍ୟ ପାଞ୍ଚଟି ପୁରସ୍କାର ରହିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୬,୦୫୯ ଜଣ ସଂକ୍ରମଣ ହୋଇଥିବା ବେଳେ ୩୯୫ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.