fbpx

‘କ୍ରସ୍-ଜେଣ୍ଡର୍’ ମସାଜ୍ ଯୌନ ଗତିବିଧି ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ: “କ୍ରସ୍ ଜେଣ୍ଡର” ମସାଜ୍ ଯୌନ କାର୍ଯ୍ୟକଳାପର ଅସ୍ତିତ୍ୱକୁ ସୂଚିତ କରେ ନାହିଁ । ଏହିଭଳି କିଛି କହିଛନ୍ତି ଦିଲ୍ଳୀ ହାଇକୋର୍ଟ । ସହରରୁ କ୍ରସ୍ ଜେଣ୍ଡର୍ ମାଲିଶ୍ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ସମ୍ବନ୍ଧରେ କୌଣସି ପ୍ରକାରର କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ହାଇକୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି । ନ୍ୟାୟମୁର୍ତ୍ତି ରେଖା ପଲ୍ଲୀ ଏହିଭଳି କିଛି ଟିପ୍ପଣୀ ଦେଇଛନ୍ତି । “କ୍ରସ୍ ଜେଣ୍ଡର” ମସାଜ୍ ଉପରେ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ଏପରି କିଛି ମନ୍ତବ୍ୟ ଦେଇଛନ୍ତି ।ପୀଠ ସାମନାରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଡଭୋକେଟ୍ ରାହୁଲ ମେହେରା କହିଛନ୍ତି ଯେ ଅନେକ ବିଚାରବିମର୍ଶ ପରେ ଏଭଳି କେନ୍ଦ୍ରରେ ଯୌନ କାର୍ୟ୍ୟକଳାପକୁ ରୋକିବା ପାଇଁ ନୀତି ପ୍ରସ୍ତୁତ କରାଯାଇଛି। ତେବେ ଦିଲ୍ଲୀରେ ପଞ୍ଚ ତାରକା ହୋଟେଲ୍ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ କ୍ରସ୍ ଜେଣ୍ଡର୍ ମାଲିସ୍ କୁ ଅନୁମତି ଦିଆଯାଇନାହିଁ ।

Get real time updates directly on you device, subscribe now.