fbpx

ଫ୍ରାନ୍ସ ସହ ଲଢେଇ କରି ହାରିଲା ଭାରତ: ଚତୁର୍ଥ ସ୍ଥାନରେ ରହି ଟୁର୍ଣ୍ଣାମେଣ୍ଟ ଶେଷ କଲା ଡିଫେଣ୍ଡିଂ ଚାମ୍ପିୟନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଜୁନିୟର ହକି ବିଶ୍ୱକପରେ ଶେଷ ହୋଇଛି ଭାରତର ଅଭିଯାନ । ଡିଫେଣ୍ଡିଂ ଚାମ୍ପିୟନ ଭାରତ ବ୍ରୋଞ୍ଜ ପଦକ ମୁକାବିଲାରେ ପରାଜିତ ହେବା ସହିତ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଛି । ଫ୍ରାନ୍ସ ପକ୍ଷରୁ ଅଧିନାୟକ ଟିମୋଥି କ୍ଲିମେଣ୍ଟ ଚମକ୍ରାର ଷ୍ଟିକ ଚାଳନା ସହିତ ହ୍ୟାଟ୍ରିକ ଅର୍ଜନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଚମକ୍ରାର ଖେଳ ପ୍ରଦର୍ଶନ କରିଥିଲେ ହେଁ ନିଜର ଅନ୍ତିମ ଦୁଇ ମ୍ୟାଚରେ ପରାଜିତ ହୋଇ ଅଭିଯାନ ଶେଷ କରିଛି ।

ମ୍ୟାଚ ଆରମ୍ଭରୁ ଫ୍ରାନ୍ସ ଆକ୍ରମଣାତ୍ମକ ହକି ଖେଳିଥିବା ବେଳେ ଘରୋଇ ଦଳ ବ୍ୟାକଫୁଟରେ ରହିଥିଲା । ପ୍ରଥମ କ୍ୱାର୍ଟରରେ ଫ୍ରାନ୍ସ ୩ଟି ପେନାଲ୍ଟି ପାଇଥିଲେ ହେ
ଦଳ ସ୍କୋର କରିବାରେ ବିଫଳ ହୋଇଥିଲା । ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଫ୍ରାନ୍ସ ଆକ୍ରମଣକୁ ଆହୁରି ଜୋରଦାର କରିଥିଲା । ମ୍ୟାଚର ୨୬ ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ ଫ୍ରାନ୍ସ ଅଧିନାୟକ । ୩୪ ତମ ମିନିଟରେ ଫ୍ରାନ୍ସକୁ ଲଗାତାର ୩ଟି କର୍ଣ୍ଣର ମିଳିଥିବା ବେଳେ ଟିମୋଥି ନିଜର ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ । ଭାରତ ପକ୍ଷରୁ ଗୋଲ ଶୁଝିବାକୁ ଆପ୍ରାଣ ଉଦ୍ୟମ କରାଯାଇଥିଲେ ହେଁ ଫ୍ରାନ୍ସର ରକ୍ଷଣଭାଗ ଚମକ୍ରାର ପ୍ରଦର୍ଶନ କରିଥିଲେ । ୪୧ ତମ ମିନିଟରେ ଭାରତକୁ ମିଳିଥିବା ଫ୍ରି ହିଟକୁ ଗୋଲରେ ପରିଣତ କରିଥିଲେ ସୁଦୀପ୍ । ୪୬ ତମ ମିନିଟରେ ଟିମୋଥି ବ୍ୟକ୍ତିଗତ ତୃତୀୟ ଗୋଲ ସହିତ ହ୍ୟାଟ୍ରିକ ସ୍କୋର କରିଥିଲେ । ଏହାପରେ ୪୮ ତମ ମିନିଟରେ ଫ୍ରାନ୍ସକୁ ଆଉ ୩ଟି ପେନାଲ୍ଟି ମିଳିଥିଲା । ଭାରତୀୟ ଗୋଲି ପ୍ରଶାନ୍ତ ଏହାକୁ ରୋକି ଦେଇଥିଲେ । ୫୧ ମିନିଟରେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ ଦଳ ଏହାର ଫାଇଦା ଉଠାଇ ପାରି ନଥିଲା । ବର୍ଷା କାରଣରୁ ଟର୍ଫରେ ପାଣି ଜମି ରହିଥିଲେ ହେଁ ସପୋର୍ଟ ଷ୍ଟାଫଙ୍କ ଉଦ୍ୟମ ଯୋଗୁଁ ଏହି ମ୍ୟାଚ ସମ୍ଭବପର ହୋଇ ପାରିଥିଲା ।

Get real time updates directly on you device, subscribe now.