fbpx

ଶିଶୁଭବନକୁ ଆମ୍ବୁଲାନ୍ସରେ ନେଲେ କିନ୍ତୁ ଚିକିତ୍ସା କଲେନି: ବିଳମ୍ବିତ ବର୍ଷା ରାତିରେ ଚାଲି ଚାଲି ଶିଶୁଙ୍କୁ ୧୦ କିମି ବୋହିଲେ ବାପା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପଟେ ରାଜ୍ୟ ସରକାର ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିଚାଲିଛନ୍ତି । ଅନ୍ୟପଟେ ସ୍ୱାସ୍ଥ୍ୟସେବା ନ ପାଇ ଗରିବ ଲୋକକୁ ୧୦ କିଲୋମିଟର ଚାଲିବାକୁ ପଡ଼ୁଛି । ଏପରି ଏକ ଯନ୍ତ୍ରଣାଦାୟକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । କଟକ ଶିଶୁଭବନରେ ପୁଷ୍ଟିହୀନ ଦୁଇ ଶିଶୁଙ୍କୁ ସ୍ୱାସ୍ଥ୍ୟସେବା ନ ମିଳିବାରୁ ବାବୁଲି ତିରିଆଙ୍କ ପାଖରେ ଆଉ ଅନ୍ୟ କିଛି ବାଟ ନଥିଲା । ବାଧ୍ୟ ହୋଇ ସେ ଝିପିଝିପି ବର୍ଷାରେ ୧୦ କିମି ଚାଲିଚାଲି ଘରକୁ ଫେରିଥିଲେ ।

ଦାନଗଦୀ ବ୍ଲକ ତ୍ରିଜଙ୍ଗା ପଞ୍ଚାୟତର ସୋଲେଇ ଗ୍ରାମରେ ରହୁନ୍ତି ବାବୁଲି । ତାଙ୍କର ପାଞ୍ଚ ବର୍ଷୀୟା ଦିବ୍ୟାଙ୍ଗ କନ୍ୟା ଅପପୁଷ୍ଟି ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଥିଲା । ଏନେଇ ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଜାଣିବା ପରେ ଶିଶୁକୁ ଯାଜପୁର ରୋଡ ପୁଷ୍ଟିସାଧନ କେନ୍ଦ୍ରରେ ଭର୍ତ୍ତି କରିଥିଲା । ପରେ ଏକ ଆମ୍ବୁଲାନ୍ସ ଯୋଗ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ବିଡ଼ମ୍ବନାର ବିଷୟ ଏହା ଯେ, ସେଠାରେ ଅପପୁଷ୍ଟି ଶିଶୁକୁ ଚିକିତ୍ସା ମିଳିନଥିଲା । ଏହାପରେ ତାଙ୍କୁ ଅନ୍ୟ କେବେ ଆସିବାକୁ କୁହାଯାଇଥିଲା । ତେଣୁ ଆମ୍ବୁଲାନ୍ସରେ ଘରେ ଛାଡ଼ିଦେବାକୁ ବାବୁଲି ଅନୁରୋଧ କରିଥିଲେ ହେଁ ତାଙ୍କ କଥା କେହି ଶୁଣି ନଥିଲେ । ବିଳମ୍ବିତ ରାତି, ପାଖରେ ଟଙ୍କା କି ମୋବାଇଲ କିଛି ନଥିଲା । ବାଧ୍ୟ ହୋଇ ଶେଷରେ ବାବୁଲି ନିଜର ପାଞ୍ଚବର୍ଷୀୟା ଦିବ୍ୟାଙ୍ଗ କନ୍ୟା ଓ ୪ ବର୍ଷୀୟ ପୁଅକୁ କାନେ୍ଧଇ ଗୋଟିଏ ପରେ ଗୋଟିଏ ଟ୍ରକରେ ଚଢ଼ିଥିଲେ । ଏହାପରେ ୧୦ କିମି ବାଟ ଚାଲିଚାଲି ଶେଷରେ ଭାଗ୍ୟକୁ ଆଦରି ଘରେ ପହଞ୍ଚିଥିଲେ ଅସହାୟ ବାବୁଲି ।

Get real time updates directly on you device, subscribe now.