fbpx
BSKY SKY
BSKY SKY

ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ୩ଲକ୍ଷ ୭୦ହଜାର ଟଙ୍କା ଲୁଟି ନେଲ ଦୁର୍ବୃତ୍ତ

BSKY

ଛତ୍ରପୁର (ଭାସ୍କା ନ୍ୟୁଜ୍‌): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ପ୍ରାୟଗୀ ନିକଟସ୍ଥ ସାହେବ କେନାଲ ରାସ୍ତାରେ  ଜଣେ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ୩ଲକ୍ଷ ୭୦ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ । ଏନେଇ ବ୍ୟବସାୟ ଜଣ ରମ୍ଭା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ କୃଷ୍ଣପ୍ରସାଦ ବ୍ଲକ ଚାରିଛକର ରବୀନ୍ଦ୍ର ସାହୁ ଟଙ୍କା ନେଇ ବ୍ରହ୍ମପୁରକୁ ଆସୁଥିବା ବେଳେ ସାହେବ କେନାଲ ନିକଟରେ କିଛି ଦୁର୍ବୃତ୍ତ ରବୀନ୍ଦ୍ରଙ୍କ ନାକକୁ ଛୁରୀରେ ଆକ୍ରମଣ କରି ଟଙ୍କା ଲୁଟି ନେଇଯାଇଛନ୍ତି । ତେବେ ଆହତ ଅବସ୍ଥାରେ ରବୀନ୍ଦ୍ର ଥାନାକୁ ଯାଇ ଏତେଲା ଦେବା ପରେ ରମ୍ଭା ଥାନା ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରିବା ସହ ରବୀନ୍ଦ୍ରଙ୍କୁ ମେଡିକାଲ ଚିକତ୍ସା ନିମନ୍ତେ ପଠେଇଛି ।

Get real time updates directly on you device, subscribe now.