fbpx

ପଞ୍ଜାବ ନିର୍ବାଚନ ପୂର୍ବରୁ BJPରେ ସାମିଲ ହେବେ କି ହରଭଜନ ସିଂ? ମିଳିଲା ଏପରି ଉତ୍ତର

ନୂଆଦିଲ୍ଲୀ: ପଞ୍ଜାବରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ଯାହାକୁ ନେଇ ଆଜିଠାରୁ ରାଜନୀତି ତୀବ୍ର ହେବାରେ ଲାଗିଛି । ଭାରତୀୟ କ୍ରିକେଟ ଟିମର ଖେଳାଳୀ ହରଭଜନ ସିଂହ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଖବର ଚର୍ଚ୍ଚାକୁ ଆସିଛି । କିନ୍ତୁ ଏହି ଖବରକୁ ନେଇ କଡ଼ା ଜବାବ ଦେଇଛନ୍ତି ଖେଳାଳୀ । ହରଭବନ ଏହି ଖବରକୁ ଖଣ୍ଡନ କରିବା ସହିତ ଏହାକୁ ଫେକ୍ ନ୍ୟୁଜ୍ ବୋଲି କହିଛନ୍ତି ।

ଏକ ମିଡିଆ ଆଉଟଲେଟ ଏକ ସୂତ୍ରରୁ ଦାବି କରିଥିଲା ଯେ, ପଞ୍ଜାବ ନିର୍ବାଚନ ପୂର୍ବରୁ ହରଭଜନ ସିଂହ ଓ ଯୁବରାଜ ସିଂହ ବିଜେପିରେ ସାମିଲ ହୋଇପାରନ୍ତି । ଏହା ଉପରେ ପ୍ରତିକ୍ରିୟା ଦେଇ ହରଭଜନ ଏହାକୁ ଫେକ୍ ନ୍ୟୁଜ୍ ବୋଲି କହିଛନ୍ତି । ଅନ୍ୟପଟେ ଯୁବରାଜଙ୍କ ପକ୍ଷରୁ ଏହି ମାମଲରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଏହି ଖବର ପ୍ରସାର ପଛରେ ହରଭଜନ ସିଂହଙ୍କ ଅବସର କାରଣ ମଧ୍ୟ ଯୋଡା ଯାଇଛି । ନ୍ୟୁଜ୍ ଏଜେନ୍ସି ମୁତାବକ, ହରଭଜନ ସିଂ ଆଗାମୀ ସପ୍ତାହରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇପାରନ୍ତି । ଏହା ପରେ ହରଭଜନ ସିଂ ରାଜନୀତିରେ ଏଣ୍ଟ୍ରି କରିପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା ।

Get real time updates directly on you device, subscribe now.